ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପର୍ଯ୍ୟଟନ ଏବଂ ପରିଭ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ I ବିଭିନ୍ନ ଐତିହାସିକ ଏବଂ ଧାର୍ମିକ ସ୍ଥଳୀର ପ୍ରତ୍ୟେକ୍ଷ ପରିଭ୍ରମଣ ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ବିଭିନ୍ନ ସ୍ଥାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ୍ଷ ଜ୍ଞାନ ବିତରଣ କରିପାରିବେ I ଏହି ଦୃଷ୍ଟିରୁ ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ କ୍ଳଷ୍ଟର୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିଛନ୍ତି I ନୁଣିପଡ଼ା ଶାସନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡତ୍ଯାଙ୍କ ତତ୍ତ୍ୱାବଧାନରେ ଏହି କ୍ଳଷ୍ଟର୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସିଦ୍ଧ ଭୈରବୀ ପୀଠ, ବାଳ କୁମାରୀ ପୀଠ,ତାରା ତାରିଣୀ ପୀଠ,ପାତି ସୁନାପୁର ବେଳାଭୂମି ଆଦି ପରିଭ୍ରମଣ କରିଛନ୍ତି I କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ସୀମାଞ୍ଚଳ ପ୍ରଧାନ, ଗଣପତି ପ୍ରଧାନ, ଭାସ୍କର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ I ସେହିପରି ନାଟଙ୍ଗା ସିଆରସିସି ସୁଧୀର କୁମାର ଦାସ, ମଙ୍ଗଳପୁର ସିଆରସିସି ଶଙ୍କରନାରାୟଣ ସେଠୀ,ଆମ୍ବପୁଆ ସିଆରସିସି ପ୍ରଶାନ୍ତ କୁମାର ପଟ୍ଟନାୟକ,ଉଢୁରା ସିଆରସିସି ରମେଶ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ କ୍ଳଷ୍ଟର୍ ଶିକ୍ଷକ ଶିକ୍ଷୟିତ୍ରୀ ଗଞ୍ଜାମ ଜିଲ୍ଳା ସମେତ ପଡ଼ୋଶୀ ଖୋର୍ଦ୍ଧା, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ଐତିହାସିକ ସ୍ଥାନ, ତୀର୍ଥ ସ୍ଥାନ,ପ୍ରକୃତି ଶିବିରରେ ଶୈକ୍ଷିକ ପରିଭ୍ରମଣ କରିଛନ୍ତି I ଏହି ଶୈକ୍ଷିକ ପରିଭ୍ରମଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେଣୀ ଗୃହ ପରିଚାଳନାରେ ନିଶ୍ଚିତ ସହଯୋଗ କରିବ ବୋଲି ସିଆରସିସି ମାନେ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.