ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ସୋପାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତିଲତା ବେହେରା , ଶିକ୍ଷକ ସୁଦାମ ଜେନା, କ୍ଷତ୍ରିୟବରପୁର ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ବୀଣା ଦିଗାଲ,ଗ୍ରାମ ମୁଖିଆ ବିନୋଦ ବେହେରା, ସ୍ୱାସ୍ଥ୍ୟକର୍ମୀ ରଶ୍ମିତା ନାଇକ,ମମତା ବେହେରା ଏବଂ ପଂଚାୟତ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା ଅତିଥି ଭାବେ ଯୋଗ ଦେଇ କିଶୋରୀ ମାନଙ୍କ ପୁଷ୍ଟି ସାଧନ,କିଶୋରୀଙ୍କ ପାଇଁ ଥିବା ବିଭିନ୍ନ ସରlକାରୀ ଯୋଜନା,ବାଲ୍ୟ ବିବାହକୁ ରୋକିବା ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଚିତା, ବକ୍ତୃତା, ନୃତ୍ୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ କିଶୋରୀମାନଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ I ଏହା ସହିତ କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟ ଏବଂ ପନିପରିବା ଷ୍ଟଲ୍, ଅରୁଣିମା ତାଲିକା ଅନୁଯାୟୀ ଖେଳନା ପୋଷ୍ଟର୍ ଷ୍ଟଲ୍, କିଶୋରୀଙ୍କ ରକ୍ତପରୀକ୍ଷା ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା I କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଧରିତ୍ରୀ ଭୁୟାଁ, ନର୍ମଦା କୁମାରୀ ସ୍ୱାଇଁ, ରଞ୍ଜିତା କୁମାରୀ ଭୁୟାଁ,ଗୀତାଞ୍ଜଳି ସ୍ୱାଇଁ ,ମାମାନି ବିଷୋୟୀ,ସୁନିତା ନାୟକ,ଚପଳା ଦାସ, ଗୀତା ବେହେରା, ରୀତାଞ୍ଜଳି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ I ଅଙ୍ଗନୱାଡ଼ି କର୍ମୀ ନର୍ମଦା କୁମାରୀ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.