-
ଦଳୀୟ ସଂଗଠନ କୁ ସଦୃଡ଼ କରିଛନ୍ତି ବର୍ଷା
-
ଟେମରି ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ
ବରଗଡ :- କେନ୍ଦ୍ରୀୟ ରାଜନୀତି ରେ ହେଉଥିବା ହଲଚଲ କୁ ଦେଖି ବା କେନ୍ଦ୍ରୀୟ ନେତାଙ୍କର କାର୍ଯ୍ୟକ୍ରମ ଓ ଗତିବିଧି କୁ ଦେଖିଲେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଉଛି ଯେ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଯିବ । ଇତି ମଧ୍ୟରେ ସମସ୍ତ ରାଜ୍ୟ ମାନଙ୍କରେ ମଧ୍ୟ ବୃଦ୍ଧି ପାଇଛି ବିଭିନ୍ନ ରାଜନୈତିକ ଗତିବିଧି । ଏହି କ୍ରମରେ ଓଡିଶା ସମସ୍ତ ଅଂଚଳ ରେ ମଧ୍ୟ ଦେଖିବାକୁ ମିଳିଛି ରାଜନୈତିକ ହଲଚଲ । ନିଜ ନିଜ ଦଳ ଓ କର୍ମୀ ମାନଙ୍କୁ ସଂଗଠିତ କରିବାରେ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ ଓ ନେତୃ ମଣ୍ଡଳୀ । ମୁଖ୍ୟତଃ ବିଜେଡି,କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତେକ ଆସନ ପାଇଁ ହେବାକୁ ଯାଉଛି ମୁକାବିଲା । ବିଗତ ପ୍ରାୟ ଅଢେଇ ଦଶନ୍ଧି ଧରି ଓଡିଶାରେ ଲୋକଙ୍କ ସହିତ ସିଧାସଳଖ ଭାବରେ ଯୋଡି ହୋଇ ଲୋକଙ୍କ ପାଇଁ କାମ କରୁଥିବା ରାଜ୍ୟର ବିଜୁ ଜନତା ଦଳର ତୃଣମୂଳ ସ୍ତରରେ ରହିଥିବା ଲୋକପ୍ରିୟତା ଭେଦିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦଳର ପ୍ରୟାସ ରହିଥିବା ବେଳେ ନିଜର ଲୋକପ୍ରିୟତା କୁ ବଜାୟ ରଖିବା ପାଇଁ ଓ ସଂଗଠନ କୁ ଆହୁରି ଅଧିକ ସୁଦୃଡ଼ କରି ବିରୋଧୀ ମାନଙ୍କ ନିଦ ହଜେଇ ଦେଉଛି ବିଜେଡି । ଏହି କ୍ରମରେ ବରଗଡ଼ ଜିଲ୍ଲା ର ସର୍ବାଧିକ ଚର୍ଚ୍ଚିତ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ଭାବରେ ଗତ ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିବା ଶ୍ରୀମତୀ ବର୍ଷା ସିଂ ବରିହା ଉପନିର୍ବାଚନର ପରଠାରୁ କ୍ରନଗତ ଭାବରେ ନିଜର ନିର୍ବାଚନ ମଣ୍ଡଳୀର ଗାଁ କୁ ଗାଁ ବାରମ୍ବାର ଗସ୍ତ କରି ଜନସାଧାରଣ ଙ୍କର ସହିତ ସୁସମ୍ପର୍କ ସ୍ଥାପନ କରିବା ସହିତ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବିଗତ ଏକ ବର୍ଷ ହେଲା ଅଂଚଳର ଯୁବ ସମାଜ ଓ ମହିଳା ବିଧାୟିକା ଙ୍କ ପ୍ରତି ଆକୃଷ୍ଟ ହେଉଥିବା ଏବେ ବିରୋଧୀ ମାନଙ୍କ ମୁଣ୍ଡବ୍ୟଥା ର ମୁଖ୍ୟ କାରଣ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ମହିଳା ଙ୍କର ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ , ଏହା ପୂର୍ବରୁ ଅର୍ଥାତ ସ୍ୱାଧୀନତା ପରେ 2022 ପର୍ଯନ୍ତ ପଦ୍ମପୁର ରୁ କୋଣସି ମହିଳା ବିଧାୟିକା ଭାବରେ ନିର୍ବାଚିତ ହୋଇ ନ ଥିଲେ । ବର୍ଷା , ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟତଃ ମହିଳା ମାନଙ୍କ ଭିତରେ ଉତ୍ସାହ ଅନେକ ମାତ୍ରାରେ ବୃଦ୍ଧି ପାଇବା ସହିତ ଅଂଚଳର ମାଁ ଭଉଣୀ ଙ୍କ ଭିତରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି । ଏହା ସହିତ ବିଧାୟିକା ଜଣେ ଉଚ୍ଚ ଶିଖିତା ହୋଇଥିବା ଓ ଯୁବ ସମାଜ ସହିତ ତୁରନ୍ତ ମିଶି ଯାଉଥିବା କାରଣରୁ ଅଞ୍ଚଳର ବୁଦ୍ଧିଜୀବୀ ଓ ଯୁବ ସମାଜ ର ପ୍ରଥମ ପସନ୍ଦ ହେଉଛନ୍ତି ବର୍ଷା ।
ଆଜି ପାଇକମାଲ ବ୍ଲକ ଟେମରି ଗ୍ରାମରେ ଏକ ଦଳୀୟ କର୍ମୀ ସମ୍ମିଳନୀରେ ନିଜର ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ବର୍ଷା , ଆଗାମୀ ଭବିଷ୍ୟତ ର କାର୍ଯପନ୍ଥା ବାବଦରେ କହିବା ସହିତ ଏବେ ଠାରୁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ନେଇ ଦଳ କୁ ଆହୁରି ସୁଦୃଡ଼ କରିବା ପାଇଁ କହିଥିଲେ । ଆଜିକାର ଏହି କର୍ମୀ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ବରିଷ୍ଠ ନେତା ଶ୍ରୀ ଯାପନ ମହାପାତ୍ର , ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଞ୍ଜିବ ବରିହା , ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଆଗାମୀ ଦିନର ରଣନୀତି ବାବଦରେ କହିଥିବା ବେଳେ , ଶ୍ରୀ ହୃଦାନନ୍ଦ ବାରିକ ସଭା ପରିଚାଳନା କରିଥିଲେ ।