ରାଉରକେଲା,(ବସନ୍ତ କୁମାର ଜେନା): ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା)ର ୨୧ତମ ସମାବର୍ତ୍ତନ ସମାରୋହ ପାଳନ କରାଯାଇଛି, ଯେଉଁଠି ୧,୯୮୮ ଜଣ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀକୁ (୪୫୭ ଛାତ୍ରୀ ଓ ୧୫୩୧ ଛାତ୍ର) ସମ୍ମାନୀତ କରାଯାଇଛି ।
କିଛି ଦ୍ୱେତ ସ୍ନାତକ ହାସଲକାରୀଙ୍କ ସମେତ ସମୁଦାୟ ୧,୯୮୮ ଜଣ ସ୍ନାତକଧାରୀଙ୍କୁ ଏହି ସମାବର୍ତ୍ତନ ସମାରୋହରେ ସମ୍ମାନୀତ କରାଯାଇଥିଲା । ଏହି ସମାବର୍ତ୍ତନ ସଭାର ମୁଖ୍ୟ ଅତିଥି ଥିଲେ ଶ୍ରୀ ପୋଲାବରପୁ ମଲ୍ଲିକାର୍ଜୁନ ପ୍ରସାଦ, ଯିଏକି କୋଲ୍ ଇଣ୍ଡିଆ ଲିମିଟେଡ୍ର ଅଧକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଡିଗ୍ରୀଧାରୀଙ୍କ ମଧ୍ୟରେ, ୧୭ ବି.ଆର୍କ, ୯୬୧ ବି.ଟେକ୍, ୩୮ ଦ୍ୱେତ ସ୍ନାତକ (ବି.ଟେକ୍. ଓ ଏମ୍.ଟେକ୍.), ୫୪ ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍ସି. (୫ ବର୍ଷିଆ), ୧୬୮ ଏମ୍.ଏସ୍ସି., ୫୨୦ ଏମ୍.ଟେକ୍., ୩ ଏମ୍.ଟେକ୍. (ଗବେଷଣା ଅନୁସାରେ), ୨୧ ଏମ୍ଏ, ୩୯ ଏମ୍ବିଏ ଏବଂ ୧୬୭ ପିଏଚ୍ଡି ଆଦି ବିଭାଗର ଛାତ୍ରଛାତ୍ରୀ ଅଛନ୍ତି ।
ଅନୁଷ୍ଠାନର ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କର ସଂଖ୍ୟାରେ ବୃଦ୍ଧି ହୋଇଛି । ଏହି ବର୍ଷ ସମୁଦାୟ ୪୫୭ ଜଣ ଛାତ୍ରୀ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି, ଯାହାକି ସମୁଦାୟ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାର ୨୦ ପ୍ରତିଶତ । ୧୭୩ ଜଣ ଛାତ୍ରୀ ସ୍ନାତକ, ୨୨୮ ଜଣ ଛାତ୍ରୀ ସ୍ନାତକୋତ୍ତର ଏବଂ ୫୬ ଜଣ ପିଏଚ୍ଡି ବିଭାଗର ଛାତ୍ରୀ ଏହି ବର୍ଷ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ମଧ୍ୟ ଉଲ୍ଲେଖନୀୟ ଯେ ନିକଟ ଅତୀତରେ ଅନୁଷ୍ଠାନର ମହିଳା-ପୁରୁଷ ଅନୁପାତ ୧:୬ ରୁ ୧:୪ କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ୮୨ ଜଣ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ସ୍ନାତକ ହାସଲ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୬୬ ଜଣ ଛାତ୍ର ଓ ୧୬ ଜଣ ଛାତ୍ରୀ ଅଛନ୍ତି ।
କୋଲ୍ ଇଣ୍ଡିଆ ଲିମିଟେଡ୍ର ଅଧକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ପୋଲାବରପୁ ମଲ୍ଲିକାର୍ଜୁନ ପ୍ରସାଦ ଏହି ସମାବର୍ତ୍ତନ ସଭାର ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି, “ଯେହେତୁ ଆମ ଦେଶ ଦୁନିଆର ଦ୍ରୁତ ଅଭିବୃଦ୍ଧିଶାଳୀ ଅର୍ଥନୀତି ଭାବରେ ଉଭା ହେଉଛି, ତୁମେମାନେ (ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ) ଏକ ଉତ୍ସାହଭରା ସମୟରେ ଜୀବନ ଅତିବାହିତ କରୁଛ, ଯେଉଁଠି ବୃତ୍ତିଗତ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁଯୋଗ ରହିଛି । ତୁମେମାନେ ସୂଚନା ଓ ସଂଚାର ବିଭାଗର ପ୍ରଗତିଶାଳୀ ସମୟରେ ବାସ କରୁଛ, ତୁମେମାନେ ତୀବ୍ର ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସମୟରେ ବାସ କରୁଛ, ତୁମେମାନେ ଜଗତୀକରଣ ଏବଂ ଡିଜିଟାଲାଇଜେସନ୍ ସମୟରେ ବାସ କରୁଛ, ତୁମେମାନେ ଦକ୍ଷତା ବିକାଶ ସମୟରେ ବାସ କରୁଛ ଏବଂ ତୁମେମାନେ ବ୍ୟବସାୟର ବିସ୍ତାର କରିବାର ସୁଯୋଗ ଥିବା ସମୟରେ ଜୀବନ ଅତିବାହିତ କରୁଛ ।”ଶ୍ରୀ ପୋଲାବରପୁ ମଲ୍ଲିକାର୍ଜୁନ ପ୍ରସାଦ ଆହୁରି କହିଥିଲେ, “ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଇ କିଛିଦିନ ତଳେ କହିଛନ୍ତି ଯେ ବିଶ୍ୱ ଭାରତକୁ ଏକ ସ୍ଥିରତାର ସ୍ତମ୍ଭ, ବିଶ୍ୱସ୍ତ ବନ୍ଧୁ ଏବଂ ବିଶ୍ୱସ୍ତରୀୟ ବିକାଶ ଇଞ୍ଜିନ୍ ରୂପେ ଦେଖୁଛି । ଭାରତର ଶକ୍ତି କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ଏହାର କ୍ଷମତା ମଧ୍ୟ ବଢ଼ିଚାଲିଛି । ସେହିପରି ସୌର ଓ ପବନ ଶକ୍ତି ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ମଧ୍ୟ ଯୌଥ ଇଞ୍ଜିନ୍ ଭାବେ ଆମ ଦେଶ ପରିଗଣିତ ହେଉଛି । ଇସ୍ପାତ, ସିମେଣ୍ଟ, ନିର୍ମାଣ ଓ ଅନ୍ୟାନ୍ୟ ଭିତ୍ତିଭୂମି ଶିଳ୍ପ ଆଦି ବୃଦ୍ଧି ପାଉଛି । ଲଗାତାର ଭାବରେ ଢାଞ୍ଚାଗତ ସଂସ୍କାର ଏବଂ ଜଗତୀକରଣ ସହିତ ଭାରତ ଏହାର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରୁଛି ।”
ଏହାବ୍ୟତୀତ ଶ୍ରୀ ପୋଲାଭାରାପୁ ମଲ୍ଲିକାର୍ଜୁନ ପ୍ରସାଦ କହିଛନ୍ତି, “ବଢ଼ୁଥିବା ଭାରତୀୟ ଅର୍ଥନୀତି ଯୁବ ଇଞ୍ଜିନିୟରମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଦେଇଛି । ଜଗତୀକରଣର ଅର୍ଥ ହେଉଛି ଅତିରିକ୍ତ ନିଯୁକ୍ତି ସୁଯୋଗ । ବିଶାଳ ଏବଂ ଅତ୍ୟନ୍ତ ପ୍ରତିଭାଶାଳୀ ମାନବ ସମ୍ବଳ କାରଣରୁ, ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଭାରତକୁ ସେମାନଙ୍କର ଉତ୍ପାଦନ ସ୍ଥଳୀ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି । ଭବିଷ୍ୟତ ଉଜ୍ଜ୍ୱଳମୟ ଏବଂ ତୁମେମାନେ ଭାରତରେ ସେହି ଉଜ୍ୱଳ ଭବିଷ୍ୟତର ଅଂଶ ବିଶେଷ ।”
ସମାବର୍ତ୍ତନ ସମାରୋହ ମାଧ୍ୟମରେ ସ୍ଥାନୀୟ କଳା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ଏନ୍ଆଇଟି ରାଉରକେଲାର ଉଦ୍ୟମକୁ ଭାରତର ପୂର୍ବତନ ରାଷ୍ଟ୍ରପତି, ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଅଭିଭାବକ ତଥା ସ୍ଥାନୀୟ ସମୁଦାୟ ପ୍ରଶଂସା କରିବା ସହିତ ପ୍ରୋତ୍ସାହିତ କରିଛନ୍ତି । ବିଗତ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଏହି ସମାବର୍ତ୍ତନ ସମାବେଶରେ ପ୍ରାଧାନ୍ୟତା ଦିଆଯାଇଥିବା ସମ୍ବଲପୁରୀ ପୋଷାକ ପରିଧାନ ଶୈଳୀ ଓଡ଼ିଶାର ସଂସ୍କୃତିର ସମୃଦ୍ଧତାକୁ ଲୋକଲୋଚନକୁ ଆଣିବ । ଏଥର ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନେ ସମ୍ବଲପୁରୀ କୁର୍ତା ପିନ୍ଧିଥିବା ବେଳେ ଛାତ୍ରୀମାନେ ସମ୍ବଲପୁରୀ ସୂତା ଶାଢ଼ୀ ପିନ୍ଧି ଏହି ଉତ୍ସବରେ ଯୋଗଦେବେ । ଆଞ୍ଚଳିକ ହସ୍ତତନ୍ତ ବୁଣାକାରମାନଙ୍କୁ ସ୍ନାତକ ଛାତ୍ରଛାତ୍ରୀଙ୍କ ଜରିଆରେ ସମଗ୍ର ଦେଶରେ ନିଜର କାରିଗରୀ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ସେମାନଙ୍କୁ ପ୍ରୋତ୍ସାହିତ କରାଇବା ଏବଂ ଉନ୍ନତି ପଥରେ ଅଗ୍ରସର କରାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ଭାବରେ ଦ୍ୱିତୀୟ ଥର ପାଇଁ ସିଏସ୍ଏବି ଆୟୋଜନ କରିଥିଲା । ଜେଓଏସ୍ଏଏ ମାଧ୍ୟମରେ ସମୁଦାୟ ୨,୧୫,୯୧୭ ଜଣ ଏବଂ ସିଏସ୍ଏବି ସ୍ପେଶାଲ ମାଧ୍ୟମରେ ସମୁଦାୟ ୫୭,୯୫୦ ଜଣ ପଞ୍ଜିକରଣ କରିଥିଲେ । ଏହି କାଉନ୍ସେଲିଂ ଅଧିବେଶନରେ ସମୁଦାୟ ୨୩ଟି ଆଇଆଇଟି, ୩୧ଟି ଏନ୍ଆଇଟି, ଗୋଟିଏ ଆଇଆଇଇଏସ୍ଟି, ୨୬ଟି ଆଇଆଇଆଇଟି, ୩ଟି ଏସ୍ପିଏ ଓ ୩୫ଟି ଜିଏଫ୍ଟିଆଇ ସହ ୧୯୯ଟି କେନ୍ଦ୍ରୀୟ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ‘ଏନ୍ଆଇଟି+’ ବ୍ୟବସ୍ଥାରେ ଆଉ ୯୬ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ ।ନିର୍ଦ୍ଦେଶକଙ୍କ ରିପୋର୍ଟ ପ୍ରଦାନ ବେଳେ, ଏନ୍ଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ବକ୍ତବ୍ୟ ରଖିଥିଲେ, “ମୋର ପ୍ରିୟ ଛାତ୍ରଛାତ୍ରୀଗଣ, ଯାହା ତୁମେ ତୁମ ଦେଶ ଠାରୁ ପାଇଛ, ଏବେ ତାକୁ ଫେରସ୍ତ କରିବାର ସମୟ ଆସିଛି । ଦେଶ ଓ ମାନବିକତା ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ଆମର ପ୍ରତିବଦ୍ଧତା ବିଭିନ୍ନ ରାଷ୍ଟ୍ର ନିର୍ମାଣ ପ୍ରକଳ୍ପରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅବଦାନ ମାଧ୍ୟମରେ ପ୍ରତିଫଳିତ ହୋଇଛି ଏବଂ ଏହା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପରିଲିକ୍ଷିତ ହୋଇଛି ।”
ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, “ଚଳିତ ବର୍ଷ, ଆମେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ସହିତ ସମନ୍ୱୟ ରକ୍ଷା କରି ଆମ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଛୁ, ଯାହାକି ଉଭୟ ଶିଳ୍ପ ଏବଂ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବ । ଟ୍ରାନ୍ସପରେଣ୍ଟ ରାଙ୍କିଙ୍ଗ୍ ୨୦୨୩ ଆଧାରରେ ଏନ୍ଆଇଟି ରାଉରକେଲା ୩,୩୧,୯୩୨ଟି ଅନୁଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ଏନ୍ଆଇଟି ଗୁଡ଼ିକ ମଧ୍ୟରେ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ସଷ୍ଟେନେବିଲିଟି ରାଙ୍କିଙ୍ଗରେ ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲା । ୨୦୨୨-୨୩ ଶିକ୍ଷାବର୍ଷରେ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୭୩ଟି ପ୍ରକଳ୍ପ ମାଧ୍ୟମରେ ୪୨.୫୯ କୋଟି ଟଙ୍କାର ପ୍ରାୟୋଜିତ ଗବେଷଣା ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ୨୦୨୩ ମସିହାରେ ମୋଟ ୨୨ଟି ପେଟେଣ୍ଟ ମଞ୍ଜୁର କରାଯାଇଛି । ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ୨୦୨୩ ମସିହାର ସବୁଠାରୁ ପ୍ରଭାବଶାଳୀ ବୈଜ୍ଞାନିକଙ୍କ ତାଲିକାରେ ଆମ ଅନୁଷ୍ଠାନର ୨୫ ଜଣ ଅଧ୍ୟାପକ ସାମିଲ ହୋଇଥିଲେ । ଏହି ଅନୁଷ୍ଠାନରେ ବର୍ତ୍ତମାନ ଏସିଆ, ଆଫ୍ରିକା, ୟୁରୋପ ଏବଂ ଉତ୍ତର ଆମେରିକା ମହାଦେଶର ୨୦ରୁ ଅଧିକ ଦେଶରୁ ପ୍ରାୟ ୩୭୦ ଜଣ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।”
ପ୍ରଫେସର କେ. ଉମାମହେଶ୍ୱର ରାଓ ଆହୁରି କହିଛନ୍ତି, “ଏନ୍ଆଇଟି ରାଉରକେଲା ଇଲେକ୍ଟ୍ରୋନିକ୍ସ, ଆଇଟି/ଆଇଟିଇଏସ୍, ଫ୍ୟାସନ ଟେକ୍ନୋଲୋଜି ଏବଂ କୃଷି ଜ୍ଞାନକୌଶଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଫ୍ଟିବିଆଇରେ ୫୦ରୁ ଅଧିକ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରି ଗର୍ବ ଅନୁଭବ କରୁଛି । ଏହି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରୁ ଛଅଟି ମହିଳାମାନଙ୍କ ନେତୃତ୍ୱରେ ଚାଲିଛି, ଯାହାକି ବିବିଧତା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଉଦ୍ୟୋଗୀମାନେ ମଧ୍ୟ କେତେକ ଉଦ୍ୟୋଗର ନେତୃତ୍ୱ ନେଉଛନ୍ତି । ଏନ୍ଆଇଟି ରାଉରକେଲା ମଧ୍ୟ ଛାତ୍ରଛାତ୍ରୀଙ୍କ ଭାବନାତ୍ମକ, ସାମାଜିକ, ବ୍ୟକ୍ତିଗତ ତଥା ଚିରକାଳ ହିତ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ଇନଷ୍ଟିଚ୍ୟୁଟ୍ କାଉନସେଲିଂ ସର୍ଭିସେସ୍ (ଆଇସିଏସ୍) ହେଉଛି ଏନ୍ଆଇଟି ରାଉରକେଲାର ଏକ ବୈଷୟିକ ସେବା ୟୁନିଟ୍ ଯାହା ଏଠାରେ ରହୁଥିବା ସମସ୍ତ ଅଧିବାସୀଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ । ଆଇସିଏସ୍ ପ୍ରଥମ ବର୍ଷ ୟୁଜି ଛାତ୍ରଛାତ୍ରୀ, ବିଦେଶୀ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଏବଂ ଓରିଏଣ୍ଟେସନ୍ ସେସନ୍ ପାଇଁ ଅଗ୍ରଣୀ ଅଧିବେଶନମାନ ଆୟୋଜନ କରିଛି ।”
ଚଳିତ ବର୍ଷ ୮ ଜଣ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ସ୍ୱର୍ଣ୍ଣପଦକ ଏବଂ ୫ ଜଣ ଛାତ୍ରଛାତ୍ରୀଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ସମୁଦାୟ ୫୯ ଜଣ ଛାତ୍ରଛାତ୍ରୀ ବିଭାଗୀୟ ଶ୍ରେଷ୍ଠତା ପାଇଁ ପଦକ (ରୌପ୍ୟ ପଦକ) ପାଇଥିଲେ । ୨୦୨୩ ମସିହାର ଶ୍ରେଷ୍ଠ ଗବେଷଣା ଛାତ୍ର ହୋଇଥିବା ଜଣେ ଛାତ୍ରଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହିତ ସମୁଦାୟ ୭ ଜଣଙ୍କୁ ଏଣ୍ଡୋମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର୨୧ତମ ସମାବର୍ତ୍ତନ ଉତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ଥିଲା ୪ ଜଣ ପୂର୍ବତନ ଛାତ୍ରଙ୍କୁ ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର ପ୍ରଦାନ:
ଶିକ୍ଷା ଓ ଗବେଷଣା କ୍ଷେତ୍ରରେ: ଡ. ଶରତ କୁମାର ମହାପାତ୍ର (୧୯୭୦, ବି.ଏସ୍ସି, ମେଟାଲର୍ଜିକାଲ ଇଞ୍ଜିନିୟରିଂ) – ବର୍ତ୍ତମାନ ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାର୍ଯ୍ୟ କରୁଛନ୍ତି ।
ଶିଳ୍ପ ଏବଂ ପରିଚାଳନା କ୍ଷେତ୍ରରେ:
ଶ୍ରୀ ସରିପୁତ୍ତା ମିଶ୍ର: (୧୯୮୪, ବି.ଏସ୍ସି, ମାଇନିଂ ଇଞ୍ଜିନିୟରିଂ): ବର୍ତ୍ତମାନ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।
ଶ୍ରୀ ଦିଲୀପ କୁମାର ମହାନ୍ତି (୧୯୮୭, ବି.ଏସ୍ସି, ମେଟାଲର୍ଜିକାଲ ଇଞ୍ଜିନିୟରିଂ): ବର୍ତ୍ତମାନ ଏନ୍ଏମ୍ଡିସିରେ ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ଉତ୍ପାଦନ ଓ କର୍ମଚାରୀ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।
ଶ୍ରୀ ଡି. ବି. ସୁନ୍ଦର ରାମମ (୧୯୯୦, ବି.ଏସ୍ସି, ମାଇନିଂ ଇଞ୍ଜିନିୟରିଂ): ବର୍ତ୍ତମାନ ଜାମସେଦପୁରରେ ଟାଟା ଷ୍ଟିଲର ଉପାଧ୍ୟକ୍ଷ (କଞ୍ଚାମାଲ) ଭାବରେ କାର୍ଯ୍ୟ କରୁଛନ୍ତି ।
ଏନ୍ଆଇଟି ରାଉରକେଲା ବିଷୟରେ
ଏନ୍ଆଇଟି ରାଉରକେଲା ଦେଶର ବୈଷୟିକ ଶିକ୍ଷା ପାଇଁ ଜାତୀୟ ସ୍ତରର ଏକ ପ୍ରମୁଖ ଅନୁଷ୍ଠାନ । ଏନ୍ଆଇଟି ରାଉରକେଲା ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ ୨୦୨୩ରେ (ଇଞ୍ଜିନିୟରିଂ ବର୍ଗ) ୧୬ତମ ସ୍ଥାନ ହାସଲ କରିଛି । ୨୦ଟି ଶିକ୍ଷାଗତ ବିଭାଗ ଥିବା ଏନ୍ଆଇଟି ରାଉରକେଲାରେ ଏବେ ୧୪ଟି ବିଭାଗରେ ବି.ଟେକ୍. ଡିଗ୍ରୀ; ୩୦ଟି ବିଭାଗରେ ଏମ୍.ଟେକ୍. ଡିଗ୍ରୀ; ୪ଟି ବିଭାଗରେ ଦ୍ୱେତ ଏମ୍.ଟେକ୍. ଡିଗ୍ରୀ; ଇଣ୍ଟିଗ୍ରେଟେଡ୍ ମାଷ୍ଟର ଅଫ୍ ସାଇନ୍ସ; ମାଷ୍ଟର୍ ଅଫ୍ ଆର୍ଟସ୍ ଇନ୍ ଡେଭଲେପମେଣ୍ଟ ଷ୍ଟଡିଜ୍; ଫାଇନାନ୍ସ, ମାର୍କେଟିଂ ଏବଂ ହ୍ୟୁମାନ ରିସୋର୍ସ (ମାନବ ସମ୍ବଳ) ସହିତ ବ୍ୟାଚେଲର ଇନ୍ ଆର୍କିଟେକ୍ଚର୍ ତଥା ଏମ୍ବିଏ ଡିଗ୍ରୀ ଆଦି କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯାଉଛି l