ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

0 2

 ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ମଞ୍ଚରେ ଗୀତ, ନୃତ୍ୟ ଏବଂ ନାଟକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି। କକ୍ଷ ନମ୍ବର ୦୧ ଓ କକ୍ଷ ନମ୍ୱର ୦୨ ରେ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଡ଼ଃ ସରୋଜ କୁମାର ନାଏକ ସଞ୍ଚାଳନ କରିଛନ୍ତି। ବିଚାରକ ଭାବେ ଯୋଗଦାନ କରିଥିଲେ ନାଟ୍ୟକାର ଅଶୋକ ବୋହିଦାର୍, ସଙ୍ଗୀତ ବାଦ୍ୟନୃତ୍ୟ ବିଷାରଦ ରମେଶ ଗୁର୍ଲା, ନୃତ୍ୟ ନିର୍ଦ୍ଦେଶିକା ଅଞ୍ଜଳି, ଅଭିନେତା ଟେନେସ୍ ପଣ୍ଡା। ଡ଼ଃ ବିରଞ୍ଚି ସାହୁ, ଶ୍ରୀମାନ ତାରା ପ୍ରସାଦ ଶତପଥୀ, ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଶ୍ରୀମାନ ସନ୍ତୋଷ କୁମାର ମିଶ୍ର, ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ସୁବୋଧ କୁମାର ତ୍ରିପାଠୀ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଶ୍ରୀ ପ୍ରମୋଦ ପାଣିଗ୍ରାହୀ, ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀମତୀ ରିନା ଧର୍ମବିନାୟକ, ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ, ଡ଼ଃ ମାମତମୟୀ ଗୁରୁ ତଥା ଅନ୍ୟାନ୍ୟ ଅଧ୍ୟାପକ – ଅଧ୍ୟାପିକା, କର୍ମଚାରୀ, ତଥା ବହୁ ସଂଖ୍ୟା ରେ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯକ୍ରମ କୁ ସଫଳ କରିଥିଲେ।

Leave A Reply

Your email address will not be published.