ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ତରଫରୁ ହାଲୁଆ ପଞ୍ଚାୟତ ଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା : ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ତରଫରୁ ରାୟଗଡା ବ୍ଲକ ଅନ୍ତର୍ଗତ ହାଲୁଆ ଗ୍ରାମ ପଞ୍ଚାୟତ ଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ବର୍ତ୍ତମାନ ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜକୁ ନିଶା କବଳରେ ନିଜକୁ ହଜେଇ ସାରିଲେଣି l ଏହା ଦ୍ୱାରା ସମାଜରେ ବିଭିନ୍ନ ବିଶୃଙ୍ଖଳା ଦେଖା ଦେଲାଣି l ନିଶା ସେବନ କରିବା ଦ୍ୱାରା ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଆର୍ଥିକ ସମସ୍ୟା ଦେଖା ଦେଇଥାଏ l ଯ ଦ୍ୱାରା ନିଜର ପରିବାର ପ୍ରତିପୋଷଣରେ ସମସ୍ୟା ମାନ ଦେଖା ଦେଇଥାଏ l ନିଶା ସେବନ କରୁଥିବା ବ୍ୟକ୍ତି ମାରାତ୍ମକ ରୋଗ ବିଶେଷ କରି କ୍ୟାନ୍ସର ଓ ଅନ୍ୟ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡିଥାଏ l ବର୍ତ୍ତମାନ ଏହି ମାରାତ୍ମକ ନିଶା କବଳରେ ଯୁବପିଢ଼ି କବଳିତ ହୋଇସାରିଲେଣି l ମଦକଦ୍ରବ୍ୟ ସେବନ କରି ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳପରେ ଲିପ୍ତ ରହୁଛନ୍ତି l ବିଭିନ୍ନ ସମୟରେ ଅତ୍ୟଧିକ ମାତ୍ରାରେ ନିଶା ସେବନ କରି ଓ ନିଶାଟିକକ ପାଇବା ପାଇଁ ହତ୍ୟା, ଲୁଣ୍ଠନ ଓ ଚୋରି ଡକାୟତି ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି ବର୍ତ୍ତମାନର ଯୁବପିଢ଼ି l ସାରା ସମାଜ ବର୍ତ୍ତମାନ ମଦକଦ୍ରବ୍ୟ ସେବନରେ ନିଜକୁ ହଜେଇ ସାରିଲେଣି l ସହର ଠାରୁ ଗ୍ରାମାଞ୍ଚଳରେ ଯୁବପିଢ଼ି ଓ ଅନ୍ୟବର୍ଗର ବ୍ୟକ୍ତି ମଦକଦ୍ରବ୍ୟ ସେବନରେ ବ୍ୟସ୍ତ ରୁହେ ତାହେଲେ ଗ୍ରାମାଞ୍ଚଳର ସାମାଜିକ ସ୍ଥିତି ନଷ୍ଟ ହେବାରେ କେହିବି ରୋକି ପାରିବେ ନାହିଁ l ଏହିସବୁକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ନିଶାଦ୍ରବ୍ୟ ସେବନରୁ ନିଜକୁ ଦୁରେଇ ରଖୁବା ନେଇ ଏକ ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଉକ୍ତ ରଥ ହାଲୁଆ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ଜମ୍ବୁ, କଡ଼ାପାଡି, କପାଖାଲ, ଗୌଡ଼ ବଡାଗୁଡା, କଡ଼ିଙ୍ଗଗୁଡା, ତଳ ସଙ୍କେଶୁ, କଲିଙ୍ଗ, ଉପର ସଙ୍କେଶୁ, କୋଡାପାଡୁ, ଜାମୁଲିମା, ତଳଗୁରୁଠି, ଟିକରପଡା, ଗୁରୁଠିଗୁଡା, ହାଲୁଆ, ବାରିଝୋଲା ଆଦି ଗ୍ରାମ ଗୁଡିକରେ ଦୁଇଦିନ (ତା. ୨୦/୦୧/୨୦୨୪ ରିଖ ଠାରୁ ତା. ୨୧/୦୧/୨୦୨୪ ରିଖ) ପର୍ଯ୍ୟନ୍ତ ପରିକ୍ରମା କରି ନିଶା ନିବାରଣ ସଚେତନତା ବାର୍ତ୍ତା ପହଞ୍ଚାଇବ l ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ନେତୃତ୍ୱରେ ରାୟଗଡା ବ୍ଲକ ଚେୟାରମ୍ୟାନ ସୁଶ୍ରୀ ଟୁନି ହୁଇକା, ରାୟଗଡା ପୌର ପରିଷଦ ଉପା – ଅଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ହାଲୁଆ ଗ୍ରାମାପଞ୍ଚାୟତର ସରପଞ୍ଚ ଶ୍ରୀ ତାମାରାଓ ବିଡ଼ିକା, ଆଦିବାସୀ ମହାସଂଘ ସଭାପତି ଶ୍ରୀ ଆପଲୁସ୍ୱାମୀ କାଡ୍ରାକା, ପିଡି ୱାଟରସେଡ ଶ୍ରୀ ଦୟାନିଧି ବାଗ, ରାୟଗଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅମୁଲ୍ୟ କୁମାର ସାହୁ, ଅବକାରୀ ବିଭାଗ ସବ – ଇନିସ୍ପେକ୍ଟର ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ, ସଖୀ ୱାନଷ୍ଟପ ସେଣ୍ଟରର ସଂଯୋଜିକା ଶ୍ରୀମତୀ ଗୀତାରାଣୀ ମିଶ୍ର, ମ୍ୟାନେଜର ସାମାଜିକ ମୂଲ୍ୟବୋଧ ଓ ଲୋକ ସମ୍ପର୍କ ଅଧିକାରୀ (ଉତ୍କଳ ଆଲୁମିନା) ଶ୍ରୀ ତନ୍ମୟ ମହାନ୍ତି, ବିଜେଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ରମିତା ପାଢ଼ୀ, ପ୍ରମୁଖ ସବୁଜ ପତାକା ଦେଖାଇ ନିଶା ନିବାରଣ ସଚେତନତା ରଥର ଶୁଭ ଉଦଘାଟନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ପୌର ପରିଷଦ କାଉନସିଲର ଓ କର୍ମୀ, ସଖୀ ୱାନଷ୍ଟପ ସେଣ୍ଟରର ସମସ୍ତ କର୍ମକର୍ତ୍ତା, ଅବକାରୀ ବିଭାଗ କର୍ମଚାରୀ, ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ହରି ନାରାୟଣ ଦାସ, ରିହିତ ଜେନା ସହଯୋଗ କରିଥିଲେ ଏବଂ ହାଲୁଆ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l