ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ଯ ସ୍ତରୀୟ ଏକାଦଶ ଗୋଳଡେନ ଷ୍ଟାର କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି । ଚତୁର୍ଥ ଦିନ ତିନି ଗୋଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍ ଭୁବନେଶ୍ୱର ଦଳ ଢେଙ୍କାନାଳ ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍ ସାଇ ୱାରିଅର୍ ଭୁବନେଶ୍ୱର ଦଳ କେନ୍ଦ୍ରାପଡ଼ା ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଳର ମ୍ୟାଚ୍ରେ କମାଣ୍ଡୋ ଦଳ ସାଇ ୱାରିଅର୍ ଭୁବନେଶ୍ୱର ଦଲକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍ ଶେଷରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଡିଓ ଚନ୍ଦ୍ରମଣି ନାଗ, କନିଷ୍ଠ ଯନ୍ତ୍ରୀ, ଅତିଥି ଭାବେ ଯୋଗ ଦେଇଥିଲେ ଓ କମଣ୍ଡୋ ଦଳର ଚୁଇଁ କାଳିଆ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ରେ ମିଟୁ, ସୁନୀଲ, ଆନନ୍ଦ ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ରାଜୀବ, ସନମ, ଦିଲ୍ଲିପ, ହନୁ ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ମୋହନ, ଦୟା, ଅର୍ଜୁନ, ସନ୍ତୋଷ, ପିଣ୍ଟୁ,ପପୁ, ସୁଶୀଲ ବିକାଶ,ସୁଜିତ୍,ପ୍ରଦୀପ,ଜଗନ୍ନାଥ ଦେବ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.