ଜଗତସିଂହପୁର,ତା-୨୦.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପି ସି ପି ଏନ୍ ଡି ଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ରେ କାର୍ଯ୍ୟକ୍ଷମ ଥିବା ଅଲଟ୍ରାସାଉଣ୍ଡ ଗୁଡିକ ର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.କ୍ଷେତ୍ରବାସୀ ଦାଶ ଯୋଗଦେଇ କନ୍ୟା ଭୃଣହତ୍ୟା ରୋକିବା ଦିଗରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମାଧ୍ୟମରେ ମହିଳା ଓ ମା, ବିଶେଷ କରି କନ୍ୟା ସନ୍ତାନ ଥିବା ମା ମାନଙ୍କର ବୈଠକ ଡକାଇ କନ୍ୟା ଭୃଣହତ୍ୟା ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ପଟାୱରି ଲିଙ୍ଗ ନିରୂପଣ ଓ ଭୃଣହତ୍ୟା ରେ ଲିପ୍ତ ଥିବା କ୍ଲିନିକ ଗୁଡିକ ର ତନଖି ଏବଂ ଏନ୍ଫୋର୍ସମେଣ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ମହିଳା ସ୍ଵେଚ୍ଛାସେବୀ ଏବଂ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ମହିଳା ଓ କନ୍ୟା ସନ୍ତାନ ମାନଙ୍କୁ ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିବା ସହ ଜନ ସଚେତନତା ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ଏତଦବ୍ୟତୀତ ଜିଲ୍ଲା ରେ ଆସିଥିବା ବିଭିନ୍ନ କ୍ଲିନିକ ଦରଖାସ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ସରକାରୀ ଓକିଲ ଶ୍ରୀ ସଲିଲ କୁମାର ଘୋଷ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ର ଡାକ୍ତର ଡା.ରବିନ୍ଦ୍ର ନାଥ ପାଲ୍, ଆଶ୍ରି ଏନ୍ ଜି ଓ ର ପ୍ରତିନିଧି, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀ ଚକ୍ରଧର ଜେନା, ମହିଳା ସ୍ଵେଚ୍ଛାସେବୀ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ସେକ୍ସନ୍ ଅଫିସର ଶ୍ରୀ ବିନୋଦ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ପି ସି ପି ଏନ୍ ଡି ଟି ର ଆସିଷ୍ଟାଣ୍ଟ ମ୍ୟାନେଜର୍ ସ୍ଵସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.