ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୧/୨୪ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଶାଖା ଡାବୁଗାଁ ବ୍ଲକ ଆଶାକର୍ମୀ ସଂଘ ତରଫରୁ ୧୦ ଦଫା ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ବିଡିଓ ଶରତ ମାଝୀଙ୍କୁ ପ୍ରଦାନ କରାଯାଇଛି। ଏହାର ଏକକିତା ନକଲ ମହାମହିମ ରାଜ୍ୟପାଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କୁ ପ୍ରେରଣ କରାଯାଇଛି। ଭାରତୀୟ ମଜଦୂର ସଂଘର ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଡାବୁଗାଁ ନୂଆଗୁଡା ସ୍ଥିତ ମାଉସୀ ମା ମନ୍ଦିର ରେ ଡାବୁଗାଁ ଆଶାକର୍ମୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘ କୁ ପୁନର୍ଗଠନ କରାଯାଇଥିବା ବେଳେ ବ୍ଲକ ସଭାନେତ୍ରୀ ଭାବେ ଲକ୍ଷ୍ମୀ ବିଶୋଇ, ସମ୍ପାଦିକା ଭାବେ ଜ୍ୟୋତ୍ସ୍ନା ପଟ୍ଟନାୟକ, ଓ କୋଷାଧ୍ୟକ୍ଷ ଭାବେ ମଞ୍ଜୁଳା ସିଂ ଙ୍କୁ ମନୋନୀତ କରାଯାଇଥିଲା। ଏହା ସହ ୧୦ ଜଣିଆ ନୂତନ କମିଟି ଗଠନ ହୋଇଥିଲା। ଏହା ପରେ ସଂଘ ତରଫରୁ ୧୦ ଦଫା ଦାବୀ ପୂରଣ ନେଇ ଏକ ବିରାଟ ଶୋଭା ଯାତ୍ରା ମାଉସୀ ମା ମନ୍ଦିର ରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରାଜ୍ୟ ସରକାରଙ୍କ ଉପରେ ବିକ୍ଷୋଭ କରାଯିବା ସହମୁଖ୍ୟାମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବିଡିଓ ଶରତ ମାଝୀଙ୍କୁ ୧୦ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଦାବୀ ଗୁଡ଼ିକ ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କୁ ସ୍ଥାୟୀ କରାଯିବା, ଆଶା କର୍ମଚାରୀଙ୍କୁ ମାସିକ ବେତନ ୨୨ ହଜାର ଟଙ୍କା ପ୍ରଦାନ ସହ ଅତିରିକ୍ତ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ, ଆଶାକର୍ମୀ ଙ୍କୁ ସାମାଜିକ ସୁରକ୍ଷା ଦିଆଯାଇ ଇପିଏଫ, ଇ ଏସ ଆଇ, ପେନସନ ଓ ଗ୍ରାଚୁଇଟି ଯୋଗାଇବା,କାର୍ଯ୍ୟରତ ସମୟରେ ଆଶାକର୍ମୀଙ୍କ ମୃତ୍ୟୁ ଓ ଦୁର୍ଘଟଣା ଘଟିଲେ ସହାୟତା ପ୍ରଦାନ, ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ରେ ସାମିଲ, ଟୀକାକରଣ ତାଲିମ ପ୍ରଦାନ, ନିର୍ଦ୍ଦିଷ୍ଟ ବୟସ ସୀମା ହଟାଯାଇ ଯୋଗ୍ୟ ଆଶା କର୍ମୀଙ୍କୁ ଏ ଏନ ଏମ ଓ ସୁପର ଭାଇଜର ପଦବୀରେ ନିଯୁକ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ ଆସାକର୍ମୀଙ୍କ ପାଇଁ ବିଶ୍ରାମ ଗୃହ, ମମତା ଯୋଜନା ରେ ପ୍ରୋତ୍ସାହନ ରାଶି ପ୍ରଦାନ ତଥା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ଆଶାକର୍ମୀଙ୍କୁ ସାମିଲ କରିବା ଆଦି ରହିଛି। ଏହି ଦାବୀ ପାତ୍ର ପ୍ରଦାନ ସମୟରେ ଅସ୍ଥାୟୀ ଜିଲ୍ଲା ମଜଦୂର ସଂଘ ସମ୍ପାଦକ ବିଷ୍ଣୁ ପ୍ରସାଦ ବିଶୋଇ, ଆଶାକର୍ମୀ ପଦ୍ମା, ବିନୋଦିନୀ, ରାଜ ବତି, ଘାଷିନି, ତେଜମୋତି ଓ ହାରାବତି ସହ ୧୦୦ ରୁ ଉର୍ଦ୍ଧ ଆଶାକର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post