ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ଝାରପୋଖାରିଆ ଥାନା ଅନ୍ତର୍ଗତ ଲହଣ୍ଡାକଚା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ବଳାତ୍କାର କରିବା ପରେ ନୃଶଂସ ଭାବରେ ହତ୍ୟା କରାଯାଇଛି । ସୂଚନା ମୁତାବକ ଲହଣ୍ଡାକଚା ଗ୍ରାମର ଶ୍ରୀ ବାଲାୟ ମୁର୍ମୁ ଙ୍କ ଅଭିଯୋଗ କ୍ରମେ ତାଙ୍କ ପତ୍ନୀ ମିନତୀ ମୁର୍ମୁ (୪୫ ) ଙ୍କୁ ତାଙ୍କ ସମ୍ପର୍କୀୟ ହତ୍ୟା କରିଥିବା ର ଅଭିଯୋଗ କରିଛନ୍ତି । ଗତ ବୁଧବାର ସନ୍ଧ୍ୟାରେ ପରିବାରର ସମସ୍ତେ ଗ୍ରାମରେ ହେଉଥିବା ମକର ମେଳା ବୁଲିବାକୁ ଯାଇଥିଲେ । ତେବେ ସେମାନେ ରାତ୍ର ପ୍ରାୟ ଦଶ ଘଟିକା ସମୟରେ ଘରକୁ ଫେରିଲା ପରେ ବାଲାୟ ୟ ଙ୍କ ସ୍ତ୍ରୀ ମିନତୀ ଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବାର ଦେଖି ଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକି ବାରିପଦା ସ୍ଥିତ ପି . ଆର.ଏମ. ଡାକ୍ତରଖାନା କୁ ନେଇ ଯାଇଥିଲେ ,ତେବେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ଏକୁଟିଆର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭଉଣୀ ଜ୍ୱାଇଁ (ନଣଦେଇ) ଶ୍ରୀ ହେମନ୍ତ ସୋରେନ୍ ଜୋର୍ ଜବରଦସ୍ତ ଧର୍ଷଣ କରି ଏକ କାଠ ଫଳିଆରେ ଅମାନୁସିକ ଭାବେ ପିଟି ପିଟି ନୁସଂଶ ଭାବରେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଜ୍ବାଇଁ ଜଣକ ଫେରାର ହୋଇଯାଇଥିଲା । ତେବେ ଝାରପୋଖରିଆ ପୋଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିବା ସହିତ ପିଟି ଥିବା କାଠ ଫାଳିଆ କୁ ମଧ୍ୟ ଜବତ କରିଛି । ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୋଗ ମୁତାବକ ଥାନା କେସ୍ ନମ୍ବର ୨୦/୨୪ ରେ ୟୁ /ଏସ ୩୭୬(୧)/୩୦୨ ଆଇ. ପି. ସି. ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି,ତଦନ୍ତ ପରେ ସଂପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି। ଝାରପୋଖରିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ପଛରେ କୌଣସି ଡାହାଣୀ,କିମ୍ବା ଗୁଣିଗାରେଡି ଅଭିଯୋଗ ହୋଇନାହିଁ ବୋଲି ମଧ୍ୟ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.