ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା

0

ଗାଇସିଲେଟ/ମନ ଡନସନା- ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ନୂଆ-ଓ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ଆନୁକୁଲ୍ୟରେ ଓଡିଆ ଭଜନ, କୁଇଜ ଓ ଗିତିନାଟ୍ୟ ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବିଚାରକ ଭାବରେ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ଦାଶ, ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ପ୍ରାଧ୍ୟାପକ ଅର୍ଜୁନ କୁମାର ମହାନ୍ତି, ରାକେଶ କୁମାର ମହାନ୍ତି , ଜୀବର୍ଦ୍ଧନ ସାହୁ ଉପସ୍ଥିତ ଥିଲେ । ବିଚାରକ ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଉକ୍ତ ପ୍ରତିଯୋଗିତାରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ନିର୍ଦେଶନାରେ ଓ ଅଧ୍ୟାପିକା ସଙ୍ଘାମିତ୍ରା ସାହୁଙ୍କ ସହଯୋଗରେ ଯୁକ୍ତ ଦୁଇ ଓ ତିନି ଛାତ୍ରୀ ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଉପରେ ଆଧାରିତ କାଞ୍ଚି ଅଭିଯାନ ଓ ଶ୍ରୀ ଜଗନ୍ନାଥ ଗିତିନାଟ୍ୟ ପ୍ରଦର୍ଶିତ ହୋଇଥିଲା । ନୋଡାଲ ଅଫିସର ଅଧ୍ୟାପକ ଅରବିନ୍ଦ ପ୍ରଧାନ ଓ ଅଧ୍ୟାପିକା ବୀଣାପାଣି ତାଣ୍ଡି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ପ୍ରାଧ୍ୟାପକ ନାରାୟଣ ମିଶ୍ରଙ୍କ ସଭାପତିତ୍ଵରେ ଧନ୍ୟବାଦ ଅର୍ପଣ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ, ଉମାକାନ୍ତ ସାହୁ, ସୁବାଶ ଚନ୍ଦ୍ର ମାଝି, ଅଧ୍ୟାପକ ବାଚସ୍ପତି ପଧାନ, ଟିକେଶ୍ଵର ସାହୁ, ସୁନୀଲ ପାଣିଗ୍ରାହୀ, ଅଧ୍ୟାପିକା ସଞ୍ଜିତା ମିଶ୍ର, ଝରଣା ସାହୁ, ପିଙ୍କି ରଥଙ୍କ ସହିତ ସୋମନାଥ ସାହୁ, ସୁରଭି ସାହୁ, ଡ଼ୋଲାମଣୀ ବରିହା , କ୍ଷୀରୋଦ୍ର ପୁରୋହିତ, ରବୀନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଫଳ ରୂପାୟନ ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.