କନ୍ଦାଗାଡ ଉଚ୍ଚବିଦ୍ୟଲୟର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଓ ବାର୍ଷିକ ଉତ୍ସବ

0

ଗାଇସିଲାଟ /ମନ ଡନସନା- ଗାଇସିଲେଟ ବ୍ଳକ ଅନ୍ତର୍ଗତ କନ୍ଦାଗାଡ ସ୍ଥିତ ଜଗନ୍ନାଥ ଉଚ୍ଚବିଦ୍ୟାଲୟର ଭାଷା, ସାହିତ୍ୟ ଓ ସୃଜନଶୀତା ଉତ୍ସବ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ଵାରା ଵିଦ୍ୟାଦାତ୍ରୀ ସରସ୍ବତୀ ଓ ଗଜାନନ ଙ୍କୁ ଦୀପପୁଷ୍ପ ଅର୍ପଣ ପୂର୍ଵକ ରୋହିତ ସା ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା l ଖେଳ ଶିକ୍ଷକ ଶ୍ରୀ ଅଶେଷ କୁମାର ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଷ୍ଣୁ ଭୋଇ ବାର୍ଷିକ ବିବରଣୀ ପଠନ ତଥା ସାହିତ୍ୟ ସୃଜନୀ ର ମହତ୍ତବ ବିଷୟ ରେ ଆଲୋକ ପାତ କରିଥିଲେ l ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନୀଳମଣି ବରିହା ମୁଖ୍ୟ ବକ୍ତା,କନ୍ଦାଗାଡ ଗ୍ରାମ ପଂଚାୟତ ସରପଞ୍ଚ ଜୟନ୍ତୀ ସାହୁ, କନ୍ଦାଗାଡ଼ ଗ୍ରାମ ପଂଚାୟତ ସମିତି ସଭ୍ୟା ସରୋଜିନୀ ପଧାନ, ଭୀମ ସେନ ସ୍ୱାଇଁ, କୁଞ୍ଜ ବିହାରୀ ମିଶ୍ର, ସୁରେଶ ପଧାନ, ସୁବl ସ ବିଶ୍ୱାଳ, ହଜାରୁ ପଧାନ ପିତାମ୍ବର ସ୍ୱାଇଁ,ଶl ରଦ ଅମରୀ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସର ରେ ବିଦ୍ୟାଲୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମୋ କଥା ମୋ କାହାଣୀ ପୁସ୍ତକ ପଦର୍ଶିତ ହୋଇ ଥିଲା l ଜିଜ୍ଞାସା, କ୍ରୀଡ଼ାଙ୍ଗନ ର ପ୍ରୋଜେକ୍ଟ ତଥା କୁଶଳୀ ର କୋମ୍ପୁଟର ଖେଳ ଆଦି ପ୍ରଦର୍ଶନ ଛାତ୍ର ଛାତ୍ରୀ କରିଥିଲେ l ଶିକ୍ଷକ ଅଶେଷ ଦାଶ କ୍ରୀଡାଙ୍ଗନ, ହିମାଂଶୁ ସାହୁ ଜିଜ୍ଞାସା ଓ ସଂଗ୍ରାମ କେଶରୀn ଗଡତିଆ କୁଶଳୀ ସାହିତ୍ୟ ସୃଜନୀ ପାଇଁ ସୁନନ୍ଦ କୁମାର ସାହୁ, ଈଶ୍ୱର ଚନ୍ଦ୍ର ନାଏକ, ବିଷ୍ଣୁ ଭୋଇ ଓ ସୌଦାକର ବାରିକ ଛାତ୍ର ଛାତ୍ରୀ ଙ୍କୁ ସାହାଯ୍ୟ କରିଥିଲେ l ଶେଷ ରେ ଛାତ୍ର ଛl ତ୍ରୀ ମାନେ ନୃତ୍ୟ ସଂଗୀତ ପରିବେଷଣ କରି ବାର୍ଷିକ ଉତ୍ସବ କୁ ରଙ୍ଗl ରଙ୍ଗ କରିଥିଲେ l ବିଜ୍ଞାନଶିକ୍ଷକ ହିମାଂଶୁ ସାହୁ ନୃତ୍ୟ ଗୀତ ପରିବେଷଣ ରେ ସାହାଯ୍ୟ କରିଥିଲେ l ଅଭିଭାବଜ ଅଭିଭାବିକା ତଥା ଅତିଥି ଏହା ଆତ୍ମ ବିଭୋର ହୋଇ ଦେଖୁଥିଲେ l ନିଜ ପୁଅ ଝିଅ ମାନେ ମୋ କଥା ମୋi କାହାଣୀ ପୁସ୍ତକ ରଚନା କରିଥିବାରୁ ଅଭିଭାବକ ଅଭିଭାବିକା ଖୁସି ହେଉଥିଲେ l ପ୍ରଦୀପ ଗଡତିଆ ଓ ସୁନନ୍ଦ କୁମାର ସାହୁ ଛତ୍ର ଛାତ୍ରୀ ଙ୍କୁ ପୁରାଷ୍କାର ବଣ୍ଟନ ରେ ସାହାଯ୍ୟ କରିଥିଲେ l ଅନ୍ୟ ଶିକ୍ଷକ ଅଣ ଶିକ୍ଷକ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ସମାପିତ ହୋଇ ଥିଲା l ସମସ୍ତ ଛାତ୍ର ଛlତ୍ରୀ , ଅତିଥି ଆଲୁମିନି ଓ ଅଭିଭାବକ ଅଭିଭାବିକା ମଧ୍ୟାହ୍ନ ଭୋଜନ କରିଥିଲେ l ସରୋଜ କୁମାର ତ୍ରିବେଦୀ, ଶ୍ୟାମ ସୁନ୍ଦର ବେହେରା, ବାବୁଲାଳ ପଧାନ ଓ ବୀରେନ୍ଦ୍ର କୁମାର ବରିହା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ରେ ସାହାଯ୍ୟ କରିଥିଲେ l ଈଶ୍ୱର ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.