ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ( ଶୁକ୍ରବାର ଦିନ) ‘ବିଶ୍ବ ଓଡିଆ ଭାଷା ସମ୍ମିଳନୀ’ର ଆୟୋଜନ ଓ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଉଦ୍‌ଘାଟନ ପରିପ୍ରେକ୍ଷୀରେ ନୁଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଯାଇଛି।
ଏହି ଶୁଭ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ପୌରହିତ୍ୟ କରିବା ସହିତ ଛାତ୍ରୀମାନଙ୍କୁ ଓଡିଆ ଭାଷା , ସାହିତ୍ୟ , ସଂସ୍କୃତି ସମ୍ବନ୍ଧରେ ଅବଗତ କରାଇଥିଲେ ଏବଂ ପ୍ରତିଯୋଗିତାରେ ପର୍ଯ୍ୟାପ୍ତ ପରିମାଣରେ ଭାଗ ନେବା ପାଇଁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ନୋଡାଲ ଅଫିସର ଅଧ୍ୟାପିକା ବରଦା ଆଚାର୍ଯ୍ୟ ସ୍ଵାଗତ ସମ୍ଭାଷଣ ଦେଇ ମାତୃ ଭାଷାର ମହତ୍ତ୍ବ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପ୍ରଥମ ପ୍ରତିଯୋଗିତା ଭାବରେ କବିତା ପାଠୋତ୍ସବ ଓ ତତ୍‌ପରେ ହସ୍ତାକ୍ଷର ଏବଂ ଭଜନ ଗାନ ପ୍ରତିଯୋଗିତାର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିପୁଳ ପରିମାଣରେ ଛାତ୍ରୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନା କରିବା ସହ ଛାତ୍ରୀ ପ୍ରତିନିଧି ମାନେ ସ‌ହ‌ଯୋଗ କରିଥିଲେ।

Leave A Reply

Your email address will not be published.