ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ସମସ୍ତ ସାତ ଗୋଟି ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ବିଭିନ୍ନ ଗ୍ରାମ ଓ ବନ ସୁରକ୍ଷା ସମିତି ଗୁଡିକରେ ସଚେତନତା ଶିବିର ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ସମସ୍ତ ବନାଞ୍ଚଳ ଯଥା ଦେବଗିରି , କାଶୀନଗର , ମହେନ୍ଦ୍ର , ରା.ଉଦୟଗିରି , ରାମଗିରି , ମୋହନା ଏବଂ ଚନ୍ଦ୍ରଗିରି ବନାଞ୍ଚଳର ବନାଞ୍ଚଳ ଅଧିକାରୀ , ବନପାଳ ଏବଂ ବନରକ୍ଷୀ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ ଓ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଅନୁରୋଧ କରିଥିଲେ। ଏ ବର୍ଷ ଯେମିତି ଜଙ୍ଗଲରେ ନିଆଁ ନ ଲାଗିବ ଏବଂ ଜଙ୍ଗଲ ନିଆଁ କୁ କେମିତି କମାଯାଇ ପାରିବ ତାହା ବୁଝାଇଥିଲେ। ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ବନ ବିଭାଗ କୁ ଖବର ଦେଇ ସହଯୋଗ କରିବା ପାଇଁ କହିଥିଲେ । ଜଙ୍ଗଲରେ ନିଆଁ ଲାଗିଲେ SATELLITE ମାଧ୍ୟମରେ ମୋବାଇଲ୍ ଆପ୍ଲିକେସନ୍ ଦ୍ୱାରା କିପରି ଖବର ଜଣାପଡେ ତାହା ବୁଝାଇଥିଲେ।
ଦାସକାଠିଆ ନାଚଗୀତ ଏବଂ ଜଙ୍ଗଲ ନିଆଁ ପ୍ରତିକାର ସମ୍ପର୍କିତ ଗୀତ ଗୁଡ଼ିକ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇ ସଚେତନତା କରଯାଇଥିଲା। ଏହି କାର୍ଯ୍ୟକ୍ରମ ଗୁଡିକରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ସଭ୍ୟା , ଅଙ୍ଗନୱାଡ଼ି କର୍ମୀ , ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଜଙ୍ଗଲ ନିଆଁ ପ୍ରତିକାର ସମ୍ପର୍କିତ କର୍ମଶାଳାରେ ଭାଗ ନେଇ ବିଭିନ୍ନ ଆଲୋଚନା କରଯାଇଥିଲା।
Sign in
Sign in
Recover your password.
A password will be e-mailed to you.