ଗଜପତି ପ୍ରେସ୍ କ୍ଲବର ୧ମ ବାର୍ଷିକୋତ୍ସବ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଗଜପତି ପ୍ରେସ କ୍ଲବର ୧ମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କ୍ଲବର ବରିଷ୍ଠ ସଦସ୍ୟ ଦ୍ବିଜେନ୍ଦ୍ର ନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ମୋହନା ବିଧାୟକ ଦାଶରଥୀ ଗମାଙ୍ଗ , ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ , ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ , ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ ରାଓ , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ଦାୟିତ୍ବ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରିବା ସହ ତାହାକୁ ସଠିକ ଭାବେ ତୁଲାଇବା ପାଇଁ ଆହ୍ବାନ ଜଣାଇଥିଲେ। ଏହି ଅବସରରେ ଶକ୍ତିସ୍ବରୂପା ପଟ୍ଟନାୟକ ‘ସାମାଜିକ ଗଣମାଧ୍ୟମ ଯୁଗରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭର ଭୂମିକା ’ ଶୀର୍ଷକ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଧାୟକ ଏବଂ ସାସଦଙ୍କ ପାଣ୍ଠିରୁ ମିଳିଥିବା ଅର୍ଥରେ ପ୍ରେସ କ୍ଲବ କୋଠାର ସଂପ୍ରସାରଣ ପାଇଁ ଶୁଭ ପ୍ରଦାନ କରାଯାଇଥିଲା। କ୍ଲବର ସଦସ୍ୟ ରୂପେଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଦର୍ଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲବର ସଦସ୍ୟ ପି.ଅନୀଲ କୁମାର , ହେମନ୍ତ ପ୍ରଧାନ , ଏମ୍.ରୁଷି ,ରଶ୍ମିରଞ୍ଜନ ସାହୁ , ନାଗେଶ୍ବର ମହାପାତ୍ର , ବିବେକାନନ୍ଦ ବେହେରା , ଏମ୍.ଶେଖର , ବସନ୍ତ ପଣ୍ଡା , ଗିରିଧାରୀ ପରିଚ୍ଛା , ଶ୍ରୀକାନ୍ତ ମହାରଣା , ରାମଗୋବିନ୍ଦ ଆଚାର୍ଯ୍ୟ , କେ.ରାମସ୍ବାମୀ , ଭାଗବତ ପାଢୀ , ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟଯୋଶୀ , ବାଳକୃଷ୍ଣ ପାତ୍ର , କେଦାରନାଥ ପାତ୍ର , ହରିହର ପଟ୍ଟନାୟକ , ସୀତାନାଥ ପଣ୍ଡା , ସୁଜିତ କୁମାର ଦାଶ , ପ୍ରଣୋଜ ପଟ୍ଟନାୟକ , ଜିତେନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.