ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ଇତିହାସର ସର୍ବଶ୍ରେଷ୍ଠ ପଞ୍ଚମ ମୂଳ ଜଗଦଗୁରୁ ତଥା ସମଗ୍ର ପୃଥିବୀର ଆଧ୍ୟାତ୍ମିକ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କୁ ‘ଜଗଦଗୁରୁତ୍ତମ’ ଉପାଧିରେ କାଶୀ ବିଦ୍ଵତ୍ ପରିଷଦ ଦ୍ବାରା ୧୯୫୭ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ବିଭୂଷିତ କରିଥିଲେ।
ଏହି ଅବସରରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟଗୁରୁ ଡି.ପ୍ରିୟଙ୍କା ଙ୍କ ପ୍ରତିନିଧିତ୍ଵରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ୬୭ତମ ‘ଜଗଦଗୁରୁତ୍ତମ ଦିବସ’ ବାଲନୃତ୍ୟ ପ୍ରଶିକ୍ଷାର୍ଥୀଙ୍କ ଗହଣରେ ପାଳନ କରାଯାଇଛି। ଏଥିରେ ଜଗଦଗୁରୁ କୃପାଳୁ ପରିଷଦ ଦ୍ବାରା ଆୟୋଜିତ ‘ଜଗଦଗୁରୁ କୃପାଳୁ ବୋଲେ ଚେଲେଞ୍ଜ’ ର ବିଷୟ ବସ୍ତୁକୁ ବିଦ୍ୟାର୍ଥୀ ପ୍ରଜ୍ୟୋତି ଓ ପ୍ରଣତି ଦୁଇ ଭଉଣୀ ପଠନ କରିଥିଲେ। ଏହାକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବୁଝାଇବା ସହ ମହାରାଜ ଜୀଙ୍କ ଉପାଧି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଉପାଧି ଗୁଡ଼ିକ ହେଲା – ବେଦ ପ୍ରଦର୍ଶିତ ସଠିକ ମାର୍ଗର ପ୍ରତିଷ୍ଠାତା , ସମସ୍ତ ଶାସ୍ତ୍ରୀୟ ସିଦ୍ଧାନ୍ତର ସମନ୍ୱୟକାରୀ , ବିଶ୍ୱରେ ସନାତନ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଜ୍ଞାନର ବାସ୍ତବିକ ପରମ୍ପରାର ସଂସ୍ଥାପକ। ଏହି କାର୍ଯ୍ୟକ୍ରମରେ ସଂଯୋଜିକା ନମିତା ଚୌଧୁରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.