ପଦ୍ମପୁର :- ଚଣ୍ଡିପାଲି ଖେଲ ପଡିଆ ରେ ଆୟୋଜିତ ମାଁ ଚଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିବା ବେଳେ କନସିଂହା ପଞ୍ଚାୟତ ସଭାପତି ନାରାୟଣ ବେହେରା, ବ୍ଳକ୍ ଯୁବ ବିଜେଡି ଉପସଭାପତି ବବଲୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପବିଜେତା ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ l ଫାଇନାଲ୍ ମ୍ୟାଚ୍ ରେ ଚଣ୍ଡିପାଳି ଦଳକୁ ହରାଇ ବାନ୍ଜେନମୁଣ୍ଡା ଦଳ ଚାମ୍ପିୟନ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଅଞ୍ଜନ ସେଠ୍, ପିଣ୍ଟୁ ସାହୁ, ବଳରାମ ସାହୁ, ନିକୁ ପଧାନ, ଜଗତ ରଣା ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.