୨୮ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ l

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ , ଝାରବନ୍ଧ ବ୍ଳକ୍ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ଆଜି ବୋରାସମ୍ବର ସ୍ପେଟିଙ୍ଗ ଓ ଆର.ୱାଇ.ସି.ସି ରାଉରକେଲା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। ରାଉରକେଲା ଦଳ ପ୍ରଥମେ ଟସ ଜିଣି ନିର୍ଦ୍ଧାରିତ ୨୫ ଓଭରରେ ୪ ୱିକେଟ ବିନିମୟରେ ୨୨୨ରନ ସଂଗ୍ରହ କରିଥିଲେ ।ଦଳ ପକ୍ଷରୁ ଅଙ୍କିତ ସିଂ ୯୯(୭୨)ରନ କରିଥିଲେ ତାର ଜବାବରେ ବୋରା ସମ୍ବର ସ୍ପୋଟିଙ୍ଗ ଦଳ ୨୫ ଓଭରରେ ୭ ୱିକେଟ ରେ ମାତ୍ର ୧୪୫ରନ ସଂଗ୍ରହ କରିଥିଲେ ଫଳରେ ୭୭ ରନରେ ରାଉରକେଲା ଦଳ ବିଜୟୀ ହୋଇଥିଲେ। ଆଜିର ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁର ସାମ୍ବାଦିକ ସଂଘର ପ୍ରଦୀପ୍ତ ଦାଶ, ବିଜୟ କୁମାର ସାହୁ, ଗୋପବନ୍ଧୁ ସିକା ଓ ନୀଳକଣ୍ଠ ଦୀପ, ଆଦର୍ଶ ନାଥ ଯୋଗଦାନ ଦେଇ ମେନ୍ ଅଫଦି ମ୍ୟାଚ ରାଉରକେଲା ଦଳର ଅଙ୍କିତ ସିଂ ଙ୍କୁ ପୁରସ୍କୃତ କରିଥିଲେ। ଆସନ୍ତା କାଲି ଦ୍ବିତୀୟ ଦିନ ର ମ୍ୟାଚ ସେଲ ରାଞ୍ଚି ଓ ଆର.ୱାଇ.ସି.ସି ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୨୧ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠ ଟି ଦଳ ଯୋଗଦାନ ଦେଉଛନ୍ତି। ଆସନ୍ତା ୨୧ ତାରିଖ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଓ ବିଜେତା ଦଳ ଙ୍କୁ ୭୦ ହଜାର ନଗଦ ରାଶି ସହ ବୋରାସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ପ୍ରଥମ ଦିନ ର ମ୍ୟାଚ କୁ ଅମ୍ପାୟାର ଚୂଡାମଣୀ ପାଢ଼ୀ ଓ ଅନିଲ ଦାଶ ପରିଚାଳନା କରିଥିଲେ। ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା । ଧାରା ବିବରଣୀ ପ୍ରଦାନ କରିଥିଲେ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ, ଏସ୍ ଜୟକିସନ, କୁମାର ଆନନ୍ଦ।

Leave A Reply

Your email address will not be published.