ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ

11

ମଧୁବାବୁ ପେନସନ୍ ଯୋଜନାରେ ୫,୦୫,୮୧୭ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ତଥା କୁଚିଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ସହିତ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ରାଜ୍ୟର ୫,୦୫,୮୧୭ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମଞ୍ଚାସୀନ ଅତିଥି ଭାବେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ରୁଦ୍ର ପ୍ରତାପ ଦେବ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୌଭାଗ୍ୟ ଚନ୍ଦ୍ର ପାଣି ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦିବ୍ୟରାଜ କିସାନ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଅଞ୍ଚଳର ୩୬୧ ଜଣ ନୂତନ ହିତାଧିକାରୀଙ୍କୁ ପେନସନ୍ ଯୋଜନାରେ ସାମିଲ କରାଯାଇଥିଲା।
ଏଣିକି ୬୦ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିମାନେ ମଧୁବାବୁ ପେନସନ୍ ଯୋଜନାରେ ପେନସନ୍ ପାଇବା ପାଇଁ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ମାଧ୍ୟମରେ ଆବେଦନ କରିପାରିବେ। ଏହି ପୋର୍ଟାଲ ଦ୍ୱାରା ପେନସନ୍ ଆବେଦନ ଓ ପରିଚାଳନା ପ୍ରକ୍ରିୟା ଅଧିକ ସରଳ, ସ୍ୱଚ୍ଛ ଓ ସୁବିଧାଜନକ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.