ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମଜୟନ୍ତୀ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୁଗଜନ୍ମା ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ ବିଘ୍ନେଶ୍ୱର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବାମୀଜୀଙ୍କ ପରି ଚରିତ୍ରବାନ , ସମାଜ ପ୍ରେମୀ ତଥା ଉତ୍ତମ ନାଗରିକ ହେବାର ବାର୍ତ୍ତା ଦେଇଥିଲେ , ତତ୍ ସହିତ ବିଦ୍ୟାଳୟର ବରିଷ୍ଠ ଗଣିତ ଶ୍ରୀମତୀ ସୁନୀତା ମହାରଣା ସ୍ବାମୀଜୀଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସ‌୍ବାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରି ଅନେକ ଛାତ୍ରଛାତ୍ରୀ ନିଜ ନିଜର ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସାହୁ ଏକ ସାଂସ୍କୃତିକ ସଂଗୀତ ପରିବେଷଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

Leave A Reply

Your email address will not be published.