ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରୀତା ବେହେରାଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ୍ ରାଣୀ ମହାନ୍ତି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ପରିଡ଼ା,ସରପଞ୍ଚ ସବିତା ସ୍ୱାଇଁ, ସମିତିସଭ୍ୟା ପ୍ରତିନିଧି ମାନସ ରଞ୍ଜନ ବିଷୋୟୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମରେ ଚିତ୍ର ଶିଳ୍ପୀ ବନ୍ଧନ ମହାରଣା,ଗଣେଶ ବିଷୋୟୀ, ସୁଧୀର କୁମାର ମହାରଣା, ସୁମନ୍ ବିଷୋୟୀ,ପଞ୍ଚାନନ ମହାରଣା ପ୍ରମୁଖ ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ବିଭିନ୍ନ ଖେଳଣା ସାମଗ୍ରୀ ପ୍ରସ୍ତୁତ ନେଇ ତାଲିମ୍ ପ୍ରଦାନ କରିଥିବା ବେଳେ ଶିକ୍ଷକ ଜୟରାମ ବେହେରା,ଅଳକା ପଣ୍ଡା, ମନୋଜ ଗୌଡ଼,ଅନୀତା ପ୍ରଧାନ, କାଳୁ ଚରଣ ଖଣ୍ଡୁଆଳ, ମେଘମନାଦ ଦଳବେହେରା, ସନ୍ତୋଷ କୁମାର ବେହେରା,ମମତା ସ୍ୱାଇଁ, ଶିବ ପ୍ରସାଦ ପରିଡ଼ା,ବସନ୍ତ ପାତ୍ର, ଚିନ୍ମୟୀ ତ୍ରିପାଠି, ପର୍ଶୁରାମ ଖର, ପୁଷ୍ପଲତା ପାତ୍ର, ପର୍ଶୁରାମ୍ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ମନୋଜ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.