ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା / ୧୨/୮ : ରାୟଗଡା ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ନରେନ୍ଦ୍ର ନାଏକ, ଯୋଗଦାନ ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ସକାଳ ଘ. ୮.୩୦ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା ଓ ଦେଶାତ୍ମକବୋଧ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। | ପ୍ୟାରାଡ଼ ପଡିଆରେ ବାରିକେଟ ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର ,ସେବା ସମାଜ, ସ୍ୱାଧର ଗୃହର ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ମିଷ୍ଠlହ୍ନ ବଣ୍ଟନ କରାଯିବ l ସୁଦାମ ଚରଣ ମଲ୍ଲିକ, ଡ଼ିଏସପି, ଦିଆଇବି,ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ବରିହା, ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ପ୍ରତନିଧି ବିଦେଶୀ ବିଶୋଇ,ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା, ଜିସିଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରେମ ପାହାଡ ୱାକର୍ସ କ୍ଳବର ସଭାପତି ଡ଼ଃ ଦୁଷ୍ମନ୍ତ ମହାନ୍ତି, ସତ୍ୟବାଦୀ ପତି,ଡାକ୍ତର ଡିକେ ଦେବ, ସେଞଛୁରିଆ ବିଶ୍ଵବିଦ୍ୟlଳୟର, ରାଜେଶ କୁମାର ପାଢ଼ୀ,ମନୋଜ କୁମାର ନାୟକ, ରିତାରାଣୀ ମିଶ୍ର, ରଘୁନାଥ ଭୁଏ,ଗୋପାଳ କୃଷ୍ଣ ମଙ୍ଗରାଜ, ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ, ,ରାଜେଶ ପାଢ଼ୀ,ଦୟାନିଧି ରାଉତ, ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି,ଶିବାଶଙ୍କର ଚୌଧୁରୀ, ନୀଳାଚଳ ମିଶ୍ର,ସୁନୀଲ କୁମାର କରି, ୟସ୍ମିନ ପଣ୍ଡା, ଶେଖ ଆଲେନୁର,ଜଳନ୍ଧର ପୁଷିକ, ଇତିଶ୍ରୀ ମିଶ୍ର, ଗୁପ୍ତେଶ୍ୱର ପ୍ରଧାନ,ସୁମନ ପଟନାୟକ,ସହଦେଵ କିସାନ,ସୁସ୍ମିତା କୁମାରୀ ପ୍ରଧାନ,ଦlମଦର ହୋତା, ଅଶୋକ କୁମାର ଦାଶ, ପ୍ରମିଳା ମହାପାତ୍ର, ଶିବାଜୀ ଦାଶ, ସୁବ୍ରତ ଚୌଧୁରୀ, ସ୍ମୃତିରଞ୍ଜ ମହାନ୍ତି, ବି . ଏଚ. ନଗରଜୁ,ଅଜୟ କୁମାର ରଥ,ଥିରୁମାଲ ପ୍ରସାଦ ପଟ୍ଟନାୟକ, ୟତ୍ସା ରାଣୀ ପଣ୍ଡା, ସୁରେଶ ଚନ୍ଦ୍ର ଦାଶ,ଶିବନlରାୟଣ, ଗୌଡ଼, ଭାଗ୍ୟଶ୍ରୀ ମିଶ୍ର, ଏଲଟ. ଅର୍ଚନା ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ, ଆରବିଏମଏସର ଶିଶିର କୁମାର ରାଉଳ, ଅମରେନ୍ଦ୍ର ନାଥ ଉପସ୍ଥିତ ଥିଲେ । ଶେଷରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post