ଜାତୀୟ ସ୍ତରର ଭଲିବଲ ଟୁର୍ନାମେଣ୍ଟ ପାଇଁ ଆଲୋଚନା ସଭା ଅନୁଷ୍ଠିତ-ଆଶ୍ରମପାଟଣା ଭଲିବଲ ୟୁନିୟନ

0 2

ଜଗତସିଂହପୁର,ତା-୧୨.୦୧.୨୦୨୩/ସୁମନ୍ତ କୁମାର ଦାସ; ଆଶ୍ରମପାଟଣା ଭଲିବଲ ୟୁନିୟନ, ପ୍ରଫୁଲ୍ଲ ପାଠାଗାରର ବାର୍ଷିକ ଆୟ / ବେୟ ତଥା 2024 ରେ ହେବାକୁ ଥିବା ଜାତୀୟ ସ୍ତରର ଭଲିବଲ ଟୁର୍ନାମେଣ୍ଟ ପାଇଁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାର ସଭାପତିତ୍ବ କରିଥିଲେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନିରଞ୍ଜନ ଦାଶ, ଉକ୍ତ ଆଲୋଚନା ସଭାରେ ୟୁନିୟନର ବାର୍ଷିକ ବିବରଣୀ ପାଠ କରିଥିଲେ କୋଷାଧକ୍ଷ ଶ୍ରୀଯୁକ୍ତ ସମ୍ପଦ ବେହେରା. ସମସ୍ତ ବରିଷ୍ଠ ଓ କନିଷ୍ଠ ବାଳକ / ବାଳିକା କ୍ରୀଡ଼ାବିତଙ୍କ ଉପସ୍ଥିତିରେ ଆସନ୍ତା ଟୁର୍ନାମେଣ୍ଟ ରେ କେଉଁ କେଉଁ ଦଳ ଅଂଶ ଗ୍ରହଣ କରିବେ ଓ ପ୍ରଥମ ଥର ପାଇଁ ବାଳିକା ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ସ୍ଥିର କରାଗଲା l “କ୍ରୀଡାରତ୍ନ ସଂମାନ୍ନ – 2024 ” ରେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଚୟନ କରାଗଲା. କ୍ରୀଡାଗୃହ ଓ ଖେଳ ପଡିଆର ଉନ୍ନତି କରଣ ପାଇଁ ଆଲମିରା, କପବୋର୍ଡ, ଷ୍ଟୋର ରୁମ ଓ ଓପେନ ଜିମର ସାମଗ୍ରୀ ଆସନ୍ତା 17 ତାରିଖ ସୁଦ୍ଧା ସମ୍ପୂର୍ଣ ହେବ ବୋଲି ସମୟ ଧାର୍ଯ୍ୟ କରାଗଲା l ଏହି ସଭାକୁ ଶୋଭାବର୍ଦ୍ଧନ କରିଥିଲେ ଖଇରଙ୍ଗ ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ଲିପକ କୁମାର ସାହୁ, ତୁମ୍ବା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ସମୀର ମହାନ୍ତି, ଅନୁଷ୍ଠାନର ମୁଖ୍ୟ ସଚେତକ ଡାକ୍ତର ରମେଶ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ପାଠାଗାରର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ରାୟଙ୍କ ସହିତ ବରିଷ୍ଠ କର୍ମୀ ଗିରିଜା ପ୍ରସାଦ ରାୟ,ଲଷ୍ମୀଧର ପ୍ରଧାନ, ରମେଶ ମହାନ୍ତି, ହିମାଂଶୁ ଦାଶ, ଇନ୍ଦ୍ରମଣି ସାହୁ, ଅଞ୍ଜନ ରାୟ, ସଂଗ୍ରାମ ରାୟ, ପ୍ରମୋଦ ସାହୁ, ଶିବ ସାହୁ, ଅଜୟ ପତି, କନକ କିଶୋର ସର୍ଜନସିଂ ଅମିତ ଆଚାର୍ଯ୍ୟ ଓ ସମସ୍ତ ବାଳକ/ ବାଳିକା କ୍ରୀଡ଼ାବିତ l ସଭା ଶେଷରେ ଆଶ୍ରମପାଟଣା ଭଲିବଲ ୟୁନିୟନର ମ୍ୟାନେଜର ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରି ରାତ୍ରି ଭୋଜନ ପାଇଁ ନିବେଦନ କରିଥିଲେ l

Leave A Reply

Your email address will not be published.