ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଏନ୍.ଏସ୍.ଏସ୍. ଓ ଯୁବ ରେଡ୍‌କ୍ରସ୍ ବିଭାଗ ତରଫରୁ ପାଳନ କରାଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଫୋଟଚିତ୍ର ରେ ପୁଷ୍ପମାଳା ଅର୍ପଣ କରିଥିଲେ ଏବଂ ସ୍ଵାମୀ ବିବେକାନନ୍ଦ ଙ୍କ ବାଲ୍ୟଜୀବନ ଏବଂ ଆଜିର ଯୁବ ସମାଜ କିଭଳି ଅନୁପ୍ରାଣୀତ ହେବେ ସେ ସଂପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେହିଭଳି ଏନ୍.ଏସ୍.ଏସ୍. ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ମଧ୍ୟ ଏହି ଦିବସର ଗୁରୁତ୍ୱପୂର୍ଣ୍ଣ ଉପରେ ଆଲୋକପାତ କରିଥିଲେ। ଡ଼.ଭାରତୀ ପାଣିଗ୍ରାହୀ ଚିକାଗୋ ଧର୍ମ ସମ୍ମିଳନୀରେ ଭାରତର ବେଦ , ଦର୍ଶନ ଉପରେ ଆଲୋକପାତ କରିଥିବା ବେଳେ ଡ଼.କଲ୍ୟାଣୀ ମିଶ୍ର ବିବେକାନନ୍ଦଙ୍କ ଆଧ୍ୟାତ୍ମିକତା ଉତ୍କର୍ଷତା ସଂପର୍କରେ ଆଲୋକପାତ କରିଥିଲେ। ଯୁବ ରେଡ୍‌କ୍ରସ୍ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ବିବେକାନନ୍ଦଙ୍କ ଭୂମିକା ଦର୍ଶନ ଉପରେ ବକ୍ତୃତା ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ଶ୍ରୀମତୀ ବରଦା ଆଚାର୍ଯ୍ୟ , ଶ୍ରୀମତୀ ସି.ଏଚ୍. ନିର୍ମଳା ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସହଯୋଗ କରିଥିଲେ।

Leave A Reply

Your email address will not be published.