ନିର୍ବାଚନ ବେଳେ ଦେଖା, ନିର୍ବାଚନ ସରିଗଲେ ଛୁ ମାରୁଛନ୍ତି କିଛି ବଡ ବଡ ନେତା: ପାଣ୍ଡିଆନ

0 2

  •  ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ

  •  ଜନତାଙ୍କୁ ବିକାଶର ହିସାବ ଦେଉଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଛନ୍ତି ଜନତା

  •  ବିରୋଧୀଙ୍କୁ ତେରଛା ବାଣ ମାରିଲେ ପାଣ୍ଡିଆନ

  •  କଥା କମ ଆଉ ବିକାଶ ଅଧିକ କରିବାକୁ ମୁଖ୍ୟମନ୍ତ୍ରୀ ଶିଖାଇଛନ୍ତି

  •  ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସୀ ହୁଅନ୍ତି ମୁଖ୍ୟମନ୍ତ୍ରୀ

  •  ବଡ ବଡ ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଗରିବ ଲୋକଙ୍କୁ ସଶକ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ

  •  କଳାହାଣ୍ଡି, ସମ୍ବଲପୁର ଏବଂ ରେଙ୍ଗାଳି ନିର୍ବାଚନମଣ୍ଡଳିରେ ବିକାଶର ହିସାବ ଦେଲେ ପାଣ୍ଡିଆନ

ଭୁବନେଶ୍ୱର, ୧୨/୦୧/୨୦୨୪: ଆଜି ପୁଣି ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ । ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି । ବ଼ଡ଼ ବଡ଼ ଭାଷଣ ଦେଇକି ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି। ସେମାନେ ନିର୍ବାଚନ ଆସିଲେ ଦେଖାଦେବେ। ନିର୍ବାଚନ ସରିଗଲେ ଆଉ ଦେଖାମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ।
Imageଅପରପକ୍ଷରେ “ଅନ୍ୟ ଲୋକଙ୍କ ଭଳି ଆମେ ନୋହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ। ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ବାସ କରନ୍ତି । ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ବାସ କରନ୍ତି । ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଆଶୀର୍ବାଦ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସୀ ହୁଅନ୍ତି । ଗରୀବ ଲୋକଙ୍କୁ ବଡ ବଡ ସ୍ବପ୍ନ ଦେଖି ସାକାର କରିବା ପାଇଁ ସଶକ୍ତ କରି ଆସୁଛନ୍ତି ।
Imageଦୁଇଦିନ ତଳେ ଖୋର୍ଧା ଓ ନୟାଗଡ ଜିଲ୍ଲା ଗସ୍ତବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃ୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ପାଣ୍ଡିଆନ । ସମ୍ବଲପୁରର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ନିନ୍ଦା କରିବା ସହ ଏହା ଲୋକଙ୍କ ଦରକାର ନାହିଁ ବୋଲି କହିଥିଲେ । ଜବାବ ଦେଇ ପାଣ୍ଡିଆନ କହିଥିଲେ ଯେ, ଏହି ଯୋଜନା ଯଦି ଏତେ ଖରାପ ତାହେଲେ କେନ୍ଦ୍ରମନ୍ତ୍ରୀଙ୍କ ଦଳ ଆଗାମୀ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ପ୍ରକାଶ କରିବ ତାର ପ୍ରଥମ ପଏଣ୍ଟରେ କ୍ଷମତାକୁ ଆସିଲେ ବିଏସକେୱାଇ ବନ୍ଦ କରିବୁ ବୋଲି ଲେଖନ୍ତୁ ବୋଲି କହିଥିଲେ ।
Imageଆଜି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇଟି ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ଣରେ କଳାହାଣ୍ଡି ଜିଲ୍ଲା ଓ ଅପରାହ୍ଣରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସଭାରେ ଯୋଗ ଦେଇଥିଲେ । ପ୍ରତି ସ୍ଥାନରେ ବିକାଶର ହିସାବ ଦେଇଥିଲେ ଭି କାର୍ତ୍ତିକେୟନ ପାଣ୍ଡିଆନ |

Leave A Reply

Your email address will not be published.