ଜିଲ୍ଲା କିନ୍ନର ସଂଘ ତରଫରୁ ଡାବୁଗାଁ ର ଗରିବ ଅସହାୟ ଙ୍କୁ ଶୀତବସ୍ତ୍ର ବଣ୍ଟନ

0 1

Image

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ତରଫରୁ ଆଜି ଡାବୁଗାଁ ସଦର ରେ ଥିବା ଅତି ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଯେଉଁ ଗରିବ ମାନଙ୍କ ନିଜସ୍ଵ ଘର ନାହିଁ ,ଖୋଲା ଆକାଶ ତଳେ ଶୀତ କାକର ରେ ରାତ୍ର ଶୋଉ ଛନ୍ତି ସେମାନଙ୍କୁ ଡାବୁଗାଁ ର ବଜାର ଛକ ଓ ପ୍ରତ୍ୟେକ ସାହି ରେ ଚିହ୍ନଟ କରି ଶୀତ ବସ୍ତ୍ର ବାଣ୍ଟି ଥିଲେ। ନବରଙ୍ଗପୁର ଜିଲ୍ଲା ରେ ଗୋଟିଏ ବର୍ଷ ପୂର୍ବେ ଏକ କିନ୍ନର ସଂଘ ଗଠନ କରାଯାଇଥିବା ବେଳେ ବର୍ତ୍ତମାନ ଏହି ସଂଘରେ ୫୦ ଜଣ କିନ୍ନର ରହିଛନ୍ତି। ସେଥିରୁ ୪୨ ଜଣ କିନ୍ନର ଜିଲ୍ଲାରେ ନିଜ ନାମ ପଞ୍ଜିକୃତ କରିଛନ୍ତି। ବିଭିନ୍ନ ପର୍ବ ପର୍ବାଣୀ ଯଥା ବିବାହ, ବ୍ରତ, ନାମକରଣ, ଘର ପ୍ରତିଷ୍ଠା ଆଦି କାର୍ଯ୍ୟରେ କିନ୍ନର ମାନଙ୍କ ଦ୍ଵାରା ସଂଗୃହିତ ଅର୍ଥ ରାଶି କୁ ଜିଲ୍ଲା ଫଣ୍ଡ ରେ ସଞ୍ଚୟ କରି ରଖି ଆସୁଛନ୍ତି। ତେବେ କିନ୍ନର ସଂଘ ତରଫରୁ ଏକ ଜରୁରୀ ବୈଠକ କରାଯାଇ ସଞ୍ଚିତ ଅର୍ଥରାଶି କୁ ଗୋଟିଏ ଭଲ କାର୍ଯ୍ୟରେ ନିୟୋଜିତ କରିବା ନେଇ ନିଷ୍ପତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଆଜି ଜିଲ୍ଲା କିନ୍ନର ସଂଘ ର ଏକ ପ୍ରତିନିଧି ଦଳ ଡାବୁଗାଁ ଗସ୍ତରେ ଆସି ନିହାତି ଗରିବ ଓ ଆସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ।ଏହି ଶୀତ ବସ୍ତ୍ର ବଣ୍ଟନ ସମୟରେ ଜିଲ୍ଲା କିନ୍ନର ସଂଘ ସଭାପତି କାଜଲ,ସମ୍ପାଦିକା ଚୁମକି, ସଦସ୍ୟ ଘୁଗୁ, ବର୍ଷା ,ଅନିତା ତଥା ବଇଦି, ଉପସ୍ଥିତ ଥିଲେ। ତେବେ କିନ୍ନର ମାନଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.