ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଦ୍ୟାଳୟ ରୂପାନ୍ତରଣ କ୍ଷେତ୍ରରେ ରାଜ୍ୟ ସରକାର ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି I ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 389 ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଲୋକାର୍ପିତ କରିଛନ୍ତି I ଏହି କ୍ରମରେ ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ଛଅଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟ, କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଇଙ୍ଗିନାଠି ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟ,ଡେଙ୍ଗାପଦର ଉଚ୍ଚ ବିଦ୍ୟାଳୟ, ବଡ଼ ଦୋଡ଼ଙ୍ଗା ମୋଡେଲ୍ ହାଇସ୍କୁଲ୍ ଏବଂ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି I ଆଜି ଏହି ବିଦ୍ୟାଳୟ ଗୁଡିକରେ ଉତ୍ସବମୟ ପରିବେଶ ଲାଗି ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I ଆଜିର ଏହି କାଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରେ ବିଡ଼ିଓ ଭାରତୀ ଦେବୀ, ତହସିଲଦାର କଳାକୃଷ୍ଣ ପ୍ରଧାନ ଙ୍କ ସମେତ ବହୁ ଲୋକପ୍ରତିନିଧି ଶିକ୍ଷକ ଶିଖୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.