ମାର୍କ କିପରି ୩୦ ରୁ କମିବ ନାହିଁ – ଶିକ୍ଷକଙ୍କ ଅଭିନବ ପ୍ରୟାସ

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ସୁନା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କପାଇଁ ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଅଭିଜ୍ଞ ଶିକ୍ଷକ ମାନଙ୍କୁ ଅନୁରୋଧ କରି ୧୦୦ ପ୍ରତିଶତ ଫଳାଫଳ ପାଇଁ ଦୁର୍ବଳ ଛାତ୍ର ଛାତ୍ରୀ ମାନଙ୍କପାଇଁ ପାଇଁ ପାସ୍ କରାଇବା ଓ ଅଗ୍ରସର ପିଲାଙ୍କ ପାଇଁ କିପରି ଆହୁରି ଭଲ କରିବାରେ ସକ୍ଷମ ହେବେ, ବ୍ୟବସ୍ଥା କରାଯାଇଛି।ଏହି ଆଧାର ରେ ଆଜି ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ପ୍ରଧାନ ଶିକ୍ଷକ, ୟୁ ଜି ହାଇସ୍କୁଲ ଜମରତଲା, ଗଣିତ ଓ ପଦାର୍ଥ ବିଜ୍ଞାନରେ କିପରି ସମସ୍ତେ ପାସ୍ କରିପାରିବେ ସେହି ସରଳ ସହଜ ଉପାୟ ମାନ ଶିକ୍ଷା ଦାନ କରିଥିଲେ। ଶ୍ରେଣୀ କକ୍ଷ ରେ ଶ୍ରୀ ରାହୁଲ ସେଠ୍ ଶିକ୍ଷକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚଞ୍ଚଳା କୁମାରୀ ସାହୁ, ବିଜ୍ଞାନ ଶିକ୍ଷକ ଶ୍ରୀ ସୁବ୍ରତ ପ୍ରଧାନ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ଖମାରୀ ଆଜ୍ଞା ଙ୍କ ଶିକ୍ଷାଦାନ ରେ ସମସ୍ତ ଛାତ୍ର ଛାତ୍ରୀ ଖୁସି ହେବା ସହ ବେଶ ବୁଝିପାରିଥିଲେ। ପ୍ରଧାନ ଶିକ୍ଷକ ଙ୍କ ପ୍ରୟାସ କୁ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଙ୍କ ସମେତ ଅଭିଭାବକ ଅଭିଭାବିକା ମାନେ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.