ଝାରପୋଖରିଆ ପୋଲିସ ର ଆକସ୍ମିକ ଚଢ଼ାଉ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଦୁଇ ଯୁବକ ସହିତ ଦୁଇ ଯୁବତୀ ଅଟକ।।।।।।।

0

 ଶାସକପ୍ରଶାସକ ::ମୟୁରଭଂଜ ଜିଲ୍ଲା ବମ୍ୱେଛକ ଝାରପୋଖରିଆ ଦୁର୍ଗାପୂଜା ମଣ୍ଡପ ପଡ଼ିଆ କୁ ଲାଗି ଜଙ୍ଗଲ ପଛପଟେ ଏକ ବେଆଇନ ଲଜରେ ଯୁବକ ଓ ଯୁବତୀ ଙ୍କ ଅନୈତିକ କାର୍ଯ୍ୟ ବେଳେ ବସ୍ତିବାସୀ ଙ୍କ ସହାୟତାରେ ଚଢାଉ କଲା ଝାରପୋଖରିଆ ପୋଲିସ , ଦୁଇ ଯୁବକ ଓ ଦୁଇ ଯୁବତୀ ଅଟକ । ସୂଚନା ଅନୁସାରେ ସ୍ଥାନୀୟ ଶିର୍ଷା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ ଲକ୍ଷ୍ମୀ ସିଂ ଜଙ୍ଗଲ ଜମିକୁ ଜବର ଦଖଲ କରି ଏକ ବିରାଟକାୟ ଗୃହ ନିର୍ମାଣ କରି ସେହି ଗୃହରେ ବେଆଇନ ଲଜ୍ ରୂପକ ଗୃହଟିକୁ ବ୍ୟବହାର କରି ବହୁ ଦିନରୁ ବାହାର ରାଜ୍ୟ ଏବଂ ଅନ୍ତଃ ରାଜ୍ୟ ର ଯୁବତୀ ଓ ମହିଳା ମାନଙ୍କୁ ଆଣି ସେକ୍ସ ରାକେଟ ଚଉଥିବାର ଶୁଣିବାକୁ ମିଳୁଛି। ସ୍ଥାନୀୟ ବସ୍ତିବାସୀ ଏହାକୁ ବିଗତ ଦିନରେ ବିରୋଧ କରିଥିଲେ ହେଁ ସେମାନଙ୍କୁ ନାଲିଆଖି ଦେଖାଇବା ସହିତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କୁ ହାତବାରିସୀ କରି ଚଳାଇଥିଲେ, ରୁମ୍ ଭଡ଼ା ସହିତ ସେକ୍ସ ରାକେଟ ପରି ଅନୈତିକ କାର୍ଯ୍ୟ । ତେବେ ଆଜି ସକାଳ ୧୦ ଘଟିକା ସମୟରେ ଉକ୍ତ ଗୃହରେ ଝାରପୋଖରିଆ ପୋଲିସ, ବସ୍ତିବସୀ ଙ୍କ ସହଯୋଗରେ ଆକସ୍ମିକ ଭାବରେ ଚଢାଉ କରି ୨ଜଣ ଯୁବକ ଓ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଘଟଣା ସ୍ଥଳରୁ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତେବେ ପୋଲିସ ଉକ୍ତ ଘଟଣାରେ ଲିପ୍ତ ଥିବା ୨ ଯୁବକ ଏବଂ ୨ ଯୁବତୀଙ୍କୁ ଅଟକ ରଖି ତଦନ୍ତ ଚଳାଉଥିବା ବେଳେ ୬/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଥାନା ପୋଲିସ ପ୍ରକାଶ କରିଛନ୍ତି ।। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.