ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମ ରେ ଲୋକକଳା ର ପ୍ରୟୋଗ – ଜିଲ୍ଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ

0

ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ. ଇ. ସି. ଅଭିଯାନ) ଉପକ୍ରମ ରେ ଲୋକକଳା ମାଧ୍ୟମରେ ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଆଦି ପହଞ୍ଚାଇବା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ , ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ୍ ର ନୋଡାଲ ଅଧିକାରୀ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଏବଂ ପ୍ରତ୍ୟେକ ବ୍ଲକ ରୁ ଜଣେ ଲେଖାଏଁ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।
Imageପ୍ରକାଶ ଥାଉ କି ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ପରେ ପରେ ପ୍ରତ୍ୟେକ ବ୍ଲକ ସ୍ତର ରେ ମଧ୍ୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଯେଉଁ ଥିରେ କି ବ୍ଲକ କଳା ସଂସ୍କୃତି ସଂଘ ର ଉପସଭାପତି ଏବଂ ପ୍ରତ୍ୟେକ ସାଂସ୍କୃତିକ ଦଳ ର ଦଳପତି ମାନେ ଯୋଗଦାନ କରିବେ ଏବଂ ପରେ ପରେ ଏହି ଲୋକକଳା ମାଧ୍ୟମରେ କଳାକାର ମାନଂକ ଦ୍ଵାରା ଜିଲ୍ଲା ବ୍ୟାପି ଏହି ସୂଚନା , ଶିକ୍ଷା ଓ ଯୋଗାଯୋଗ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରି, ବିକାଶମୂଳକ ଯୋଜନା, କାର୍ଯ୍ୟକ୍ରମ ଆଦିର ତୃଣ ମୂଳ ସ୍ତର ରେ ପ୍ରଚାର ପ୍ରସାର କରାଯିବାର ଯୋଜନା ରହିଛି।

Leave A Reply

Your email address will not be published.