(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଅଧୁନରେ ରହିଥିବା ବନ୍ଧକାଟିଆ ଓ ସୁକରପଡ଼ା ସେବା ସମବାୟ ସମିତିରେ ଚଳିତବର୍ଷର ଧାନମଣ୍ଡି ଉଦଘାଟିତ ହୋଇଛି । ବନ୍ଧକାଟିଆ ସମିତି ସମ୍ପାଦକ ଶିଶିର କୁମାର ସାଇଁ ଙ୍କ ପୌରହିତ୍ୟରେ ଏଥିରେ ସମିତି ସଭାପତି ଦିଲ୍ଲିପ କୁମାର ବିଶ୍ୱାଳ ଯୋଗ ଦେଇ ମଣ୍ଡିକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ୧୨ ଜଣ ଚାଷୀଙ୍କ ଠାରୁ ୪୫୨ କ୍ୱିଣ୍ଟାଲ ଧାନ ମୁରଲୀଧର ଗ୍ରେନ ପ୍ରାଇଭେଟ ଲିମିଟେଡ଼ ଙ୍କ ଦ୍ବାରା କ୍ରୟ କରାଯାଇଥିଲା । ଏଥିରେ ଆରଏମସି କର୍ମଚାରୀ ବ୍ରଜମୋହନ ପଣ୍ଡା,ଧାନ କ୍ରୟ କମିଟି ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀ, ସମିତି ଉପସଭାନେତ୍ରୀ ମମତା କର,ସଭ୍ୟ ସୁକାନ୍ତ କୁମାର ଓଝା,ବୈଷ୍ଣବ ଚରଣ ବରାଳ, କରୁଣାକର ଜେନାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ l ସୁକରପଡ଼ା ସମିତିର ସମ୍ପାଦକ ଜିତେନ୍ଦ୍ର କୁମାର ଘଡ଼େଇ ଙ୍କ ପୌରହିତ୍ୟରେ ସମିତିର ସଭାପତି ସେକ୍ ସଲା ଉଦ୍ଦିନ୍ ମଣ୍ଡିକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ୩୦ ଜଣ ଚାଷୀଙ୍କ ଠାରୁ ୮୦୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଆରଏମସି କର୍ମଚାରୀ ସେକ୍ ମହମ୍ମଦ ଇଦରିସ କାର୍ଯ୍ୟ ତଦାରଖ କରିଥିଲାବେଳେ ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ଘଡ଼େଇ, ମୃତ୍ୟୁଞ୍ଜୟ ସାଇଁ, ଜ୍ୟୋତିପ୍ରକାଶ ସାଇଁ, ସେକ୍ ମହମ୍ମଦ ଇବ୍ରାହିମ୍, ମନୋରଂଜନ ସିଂ, ଦେବାଶିଷ ସିଂ,ନାରାୟଣ ବେହେରା,ଭାଗବତ ଷଢଙ୍ଗୀ, ତୈଲୋକ୍ୟନାଥ ସାହୁ, ଦୈତାରୀ ପୃଷ୍ଟି, ସଞ୍ଜୟ ନାୟକ, ଅଜୟ ପଣ୍ଡା ଓ ଶରତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.