ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ସଡ଼କ ସୁରକ୍ଷା ଅଭିଯାନ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ.ଏସ.ଏସ, ୱାଇ.ଆର.ସି ଓ ରୋଟାରୀ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ଅଭିଯାନ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ସମ୍ମାନିତ ଅତିଥି ଭାବରେ ରୋଟାରୀ କ୍ଲବ ପ୍ରେସିଡେଣ୍ଟ ସନତ କୁମାର ସୁବୁଦ୍ଧି, ମଧୁସୂଦନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ଏନ. ଏସ. ଏସ. ପ୍ରୋଗ୍ରାମ ଅଧିକାରୀ ସପନ କୁମାର ପ୍ରଧାନ, ୱାଇ. ଆର. ସି ସେଲର ଡ଼ଃ ପ୍ରଫୁଲ୍ଲ କୁମାର ଜେନା ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜେଶ୍ୱର ପୃଷ୍ଟି,ଡ଼ଃ ଗୁରୁମୂର୍ତ୍ତି ନାୟକ, ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ, ବିଶ୍ୱମ୍ବର ସ୍ୱାଇଁ, ରଞ୍ଜିତ କୁମାର ସାମଲ, ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ପାଥମେ ପ୍ରାତଃରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ସାହିରେ ସ୍ୱଚ୍ଛସେବୀ ମାନେ ପରିକ୍ରମା କରି ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ ବାର୍ତା ପ୍ରଚାର କରିଥିଲେ। ଶେଷରେ ରୋଟାରୀ କ୍ଲବର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.