ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣ ଶୁଭ କାର୍ଯ୍ୟକ୍ରମ ପାଇଁ ଆଜି ବେଲଗୁଣ୍ଠାରେ ଏନ ଏ ସି ତରଫରୁ ଅର୍ପଣ ରଥ ପରିକ୍ରମା ତିନଟି ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରିକ୍ଷୀରେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଫିରୋଜ କୁମାର ସେଠୀଙ୍କ ସମେତ ଏକ ନମ୍ବର କାଉନସିଲର ଭାସ୍କର ପାତ୍ର, ଦୁଇ ନମ୍ବର କାଉନସିଲର ଦିବ୍ୟ ରଞ୍ଜନ ଦାସ ଓ ତିନି ନମ୍ବର କାଉନ୍ସିଲର ଲିଜାରାଣୀ ବେହେରା ଙ୍କ ସହିତ ସମସ୍ତ କାଉନସିଲର, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପ ସଭାପତି ପ୍ରଭାତ ସାହୁ,ଯୁବ ସମାଜ ସେବୀ କେ. ଜିତେନ୍ଦ୍ର ସୁବୁଦ୍ଧିଙ୍କ, ମିଶନ ଶକ୍ତି ମହିଳା ମାନଙ୍କ ସମେତ ବେଲଗୁଣ୍ଠାର ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ଉପସ୍ଥିତିରେ ଘଣ୍ଟ ତାଳ ହୁଳହୁଳି ମୃଦଙ୍ଗ ଦେଇ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମ ଦିନରେ ବେଲଗୁଣ୍ଠାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ୱାର୍ଡରୁ ଚାଉଳ, ଗୁଆ, ହଳଦୀ, ଦକ୍ଷିଣା ସମସ୍ତଙ୍କ ଘରୁ ଭକ୍ତ ମାନଙ୍କ ଦ୍ୱାରା ଆନନ୍ଦ ସହକାରେ ସଂଗ୍ରହ କରାଯାଇ ପୂଜାର୍ଚନା କରାଯଇଥିଲା, ଯାହାଫଳରେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା।ଏହି ଅର୍ପଣ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ବଜାୟ ରଖିବା ବୋଲି ଗ୍ରାମବାସୀ କହିଥିଲେ। ଆସନ୍ତାଦିନ ମଧ୍ୟରେ ସହରର ସମସ୍ତ ୱାର୍ଡ ଓ ସାହି ଏହି ଅର୍ପଣ ରଥ ପରିକ୍ରମ କରିବା ପାଇଁ ଯୋଜନା ହୋଇଥିବା ନଗରପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.