୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ (ଏମ୍ ଏଲ ) ଲିବେରେଶନ ତରଫରୁ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ

0

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 09 01 2024 ତାରିଖ ଦିନ ୨୦ଦଫା ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସିପିଆଇ(ଏମ୍ ଏଲ) ଲିବେରଶନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ବରେ ଆଜି ଗୁଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଏକ ବିରାଟ ଶୋଭାାଯାତ୍ରାରେ ବାହାରି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏଥିସହ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ୨୦ ଦଫା ଦାବି ନେଇ ଉଭୟ ବିଡିଓ ଏବଂ ତହସିଲଦାର ଙ୍କୁ 20 ଦଫା ଦାବିପତ୍ର ପ୍ରଦାନ କରିଥିଲେ।ମୁଖ୍ୟ ଦାବି ଗୁଡ଼ିକ ହେଲା ମହାତ୍ମା ଗାନ୍ଧୀ ନରେଗା କାମ କୁ ୨୦୦ ଦିନ ଦିନ କୁ ୬ଶହ ଟଙ୍କା ପ୍ରଦାନ କରାଯାଉ, ରେଶନ କାର୍ଡ ଧାରୀ ଙ୍କୁ ୫୦କେଜି ଚାଉଳ ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କୁ ୫ ଲକ୍ଷ ପ୍ରଦାନ, କପା କୁଇଣ୍ଟାଲ 9000 ହଜାର ଟଙ୍କା, ଧାନ କୁଇଣ୍ଟାଲ 3000 ହଜାର, କୃଷି ରୁଣ ଛାଡ , ଭାଗ ଛାଷି ମାନକୁଂ ଛାଷି ର ମାନ୍ୟତା, ଆଦିବାସୀ ପରିବାର ଙ୍କୁ ଘର ଡିହ, 2006 ଜଙ୍ଗଲ ଅଧିକାର ଆଇନ ଅନୁଯାଇ ପଟ୍ଟା ପ୍ରଦାନ କରାଯାଉ, ଆଦିବାସୀ ମାନଙ୍କ ଜମି କୁ ଅଣ ଆଦିବାସୀ ମାନ କିଣିବା ଆଇନ ସମ୍ପୂର୍ଣ୍ଣ ବାତିଲ କରିବା , ଗୁଡା ତୋଇକୁରୁ ଗାରେ ନାମିତ ପୁଟାସିଂ କାର୍ଯ୍ୟାଳୟ ପାଖରେ ଗୁଡା ତୋଇକୁରୁ ଲେଖାଯାଉ ଓ ପ୍ରକୃତ ପୁଟାସିଂ ଠାରେ ପଞ୍ଚାୟତ କାର୍ଯ୍ୟାଳୟ କରିବା, ମେଟାକର୍ଣ୍ଣ ଗୁଡା ଠାରେ ଗା ରେ 50 ପରିବାର କୁ ଘର ଡିହ ପଟା, ଛାଲକମ୍ଭା ଗାଁ ରେ ସରକାର ଜମି ଉପରେ ମଦ ଦୋକାନ କରାଇ ପବିତ୍ର ବେହେରା ଓ ଅନାନ୍ୟ ଆସାମି ମାନେ ଟକାଂ ଆଦାୟ ବଦ କରିବା, ଆଦିବାସୀ ମାନଙ୍କୁ ଘର ଡିହ ପଟା, କୁକୁରୁଗୁଡା ଓ ସମ୍ପିନି ଓ ଅନାନ୍ୟ ଗାଁ ର ଆଦିବାସୀ ମାନଙ୍କ ଦଖଲ ରେ ଥିବା ଜମି ର ପଟା, ଗୁଣପୁର ଠାରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଜମି କୁ ଜଳ ସେଚନ ସୁବିଧା କରିବା,ଜଳତାର ପଞ୍ଚାୟତ ରେ ଲାଞ୍ଚ କାରବାର ବନ୍ଦ କରିବା, ରାମନାଗୁଡ଼ା ବ୍ଲକ ସୀମାନ୍ତରେ ଆନ୍ଧ୍ର ପ୍ରଦେଶ ର ଜମିଦାର ମାନେ ସରକାରୀ ଜମି କୁ ହଡ଼ପ କରିଥିବା ଜମି କୁ ଉଦ୍ଧାର କରି ଗରିବ ଆଦିବାସୀ ଲୋକଙ୍କୁ ପ୍ରଦାନ କରିବା ପ୍ରମୁଖ ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି ସମୟ ରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ମାନେ ଉପସ୍ଥିତ ରହିଥିଲେ l

 

Leave A Reply

Your email address will not be published.