ଜଗନ୍ନାଥ ମନ୍ଦିର ରୁ ଦୁଇ ରଥରେ ଆଜ୍ଞାମାଳ ଆଣି ସଂଗ୍ରହ କରାଯାଉଛି ଗୁଆ ଚାଉଳ।

0

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସହରରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଅଭିଯାନ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ଅଣାଯାଇ ଏହି ରଥ ଦୁଇଟି ମନ୍ଦିର ପରିଶରରୁ ମହା ଆଡମ୍ବର ସହକାରେ ବାହାରି ୧୦ ଓ ୧୧ ନଂ ଓ୍ବାର୍ଡ ର ପୁରୁଣା ଗୁଣପୁର, ମତିଲାଲନଗର ଇତ୍ଯାଦି ଅଞ୍ଚଳରେ ପ୍ରତେକ ଘର ବୁଲି ସଂଗ୍ରହ କରିଛି ଗୁଆ ଓ ଚାଉଳ। ନାମ ସଂକୀର୍ତ୍ତନ, ପ୍ରଶାଦ ସେବନ ସହ ଜୟ ଜଗନ୍ନାଥ ଧ୍ବନି ଦେଇ ସାହି ଗଳି ସବୁ ବୁଲୁଛି ଏହି ରଥ। ପୌର ପରିଷଦ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୁଖ୍ଯ ଅତିଥି ଭାବେ ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ପୌରାଧ୍ୟକ୍ଷା ମମତା ଗୌଡ ଓ ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ର ମୁଖଶାଳା ଠାରୁ ଆରମ୍ଭ କରି ଗରୁଡ ସ୍ତମ୍ଭ, ବାଇସି ପାହାଚ, ମନ୍ଦିର ଚୁଡା, ନାଟ ମଣ୍ଡପ ଚାରିଆଡେ ଫୁଲରେ ସୁନ୍ଦର ଭାବେ ସଜା ଯାଇଥିଲା। ପୌର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର ନିଜେ ଏ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଦୁଇଟି ରଥ ଆଜି ଦୁଇଟି ଓ୍ବାର୍ଡ ବୁଲିଥିବା ବେଳେ ପ୍ରତେକ ଦିନ ବିଭିନ୍ନ ଓ୍ବାର୍ଡ ରେ ଏହି ଅଭିଯାନ ଚାଲିବ ବୋଲି ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଜନ୍ତ୍ରୀ ବିଶ୍ବନାଥ ସାରକା, କାଉନସିଲର ଦେବୀ ଆଚାର୍ଯ୍ୟ, ବାବୁଲା ଦାସ, ଭାଗିରଥି ବିଶ୍ବୋୟୀ, ଶାନ୍ତନୁ ରଥ, ଶିବ ପ୍ରଶାଦ ପାଢି, ଦେବେନ୍ଦ୍ର ଶବର, ମମତା ଶତପଥି, ଏମ. ରାଧା, ଶବିତା ବାଉରି, ଶାନ୍ତନୁ ରଥ, ନିରୁ ଶ୍ରୀରାମ, ଡି. ପ୍ରଶାନ୍ତି, ଶାନ୍ତି ବାଉରୀ, ସୁଲୋଚନା ପ୍ରଧାନ, ରଷ୍ମିତା ପଟ୍ଟନାୟକ, ବାବି ଶବର, ରଷ୍ମି ପାତ୍ର, ଲଳିତା ଶବର, ଚେପାଲି ସରସ୍ବତୀ ପ୍ରମୁଖଙ୍କ ସମେତ ବିଜେଡି ଯୁବନେତା ରାମ ପଣ୍ଡା ଓ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.