ଭକ୍ତି ସଙ୍ଗୀତ ସଂସଦ , ପାରଳାଖେମୁଣ୍ଡି ଦ୍ଵାରା ୪୧ତମ ଭଜନ ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭକ୍ତି ସଙ୍ଗୀତ ସଂସଦ , ପାରଳାଖେମୁଣ୍ଡି ଦ୍ଵାରା ୪୧ତମ ଭଜନ ସମାରୋହ ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଜଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ରଥ , ସଭାପତି ଶ୍ରୀ ବସନ୍ତ ଦାଶ , କାର୍ଯ୍ୟକାରୀ ସଭାପତି ଶ୍ରୀ ଇଂ. ତୀର୍ଥବାସୀ ପଣ୍ଡା , ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ , ସାଂସ୍କୃତିକ କମିଟି ମୁଖ୍ୟ ଶ୍ରୀ ଭାରତ ଭୂଷଣ ମହାନ୍ତି , ଉତ୍ସବ ପାଳନ କମିଟି ମୁଖ୍ୟ ଶ୍ରୀ ଗୌରୀ ପ୍ରସାଦ ରଥ ଓ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ୪୧ ବର୍ଷ ଧରି ଏହି ପୁରାତନ ଅନୁଷ୍ଠାନ ଭଜନ ସମାରୋହ କରିଆସୁଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ରୀ ପ୍ରଶାନ୍ତ ପାଢ଼ୀ , ଶ୍ରୀ ବିଷ୍ଣୁ ମୋହନ କବି , ସୁଶ୍ରୀ ରଶ୍ମି ଓ ଅନୁଷ୍ଠାନର କଣ୍ଠଶିଳ୍ପୀ ସୁଶ୍ରୀ ଅମୃତା ପୁରୋହିତ, ସୁଶ୍ରୀ ସ୍ପନ୍ଦନା ପଣ୍ଡା , ସ୍ନେହାଶିଷ ନାୟକ ପ୍ରମୁଖ ଅତି ସୁନ୍ଦର ଭାବରେ ଭଜନ ପରିବେଷଣ କରି ଜନସାଧାରଣଙ୍କ ମନ ମୋହିଥିଲେ। ପ୍ରାର୍ଥନା ଚ୍ୟାନେଲର ବାଦ୍ୟଶିଳ୍ପୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନୋଜ କୁମାର ପାଢ଼ୀ ଓ ଗୌରୀ ପ୍ରସାଦ ରଥ ପରିଚାଳନା କରିଥିଲେ।

Leave A Reply

Your email address will not be published.