(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ଜିଗ୍ନୀପୁର ସ୍ଥିତ ବଳଦେବଜୀଉ ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି। ସମିତିର ସମ୍ପାଦକ ମହମ୍ମଦ ଅମିନ୍ ଖାଁଙ୍କ ସଂଯୋଜନାରେ ସଭାପତି ଧିରେନ୍ଦ୍ରନାଥ ବେହେରା ମଣ୍ଡିକୁ ଉଦଘାଟନ କରିବା ପରେ ମୁରଲୀଧର ଆଗ୍ରୋ ମିଲରଙ୍କ ଦ୍ଵାରା 12 ଜଣ ଚାଷୀ ଠାରୁ ୪ଶହ କ୍ୱିଣ୍ଟାଲ ଧାନ କିଣାଯାଇଛି । ଏହି ଉଦଘାଟନ ସମୟରେ ଆରଏମସି କର୍ମଚାରୀ ତାହେର ବକ୍ସ, ମିଲ କର୍ମଚାରୀ ଜଗନ୍ନାଥ ପ୍ରଧାନ, ଡ଼ିଇଓ ମିହିର ତାହେର ଅଲ୍ଲୀ,ସମିତିର ସଭ୍ୟ ପ୍ରମୋଦ କୁମାର ବେହେରା, ପ୍ରଫୁଲ୍ଲ କୁମାର ପୃଷ୍ଟି, ପୂର୍ଣ୍ଣାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅସୁରେଶ୍ବର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି । ସମିତିର ସମ୍ପାଦକ କୈଳାସ ବାରିକଙ୍କ ନେତୃତ୍ବରେ ସଭାପତି ମନୋରଂଜନ ଭୂୟାଁ ମଣ୍ଡିକୁ ଉଦଘାଟନ କରିଥିଲେ। ଚଳିତବର୍ଷ ମୋଟ ୪୧୨ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ କରିଥିଲାବେଳେ ପ୍ରଥମ ଦିନରେ ୨୨ଜଣ ଚାଷୀ ୬୫୦ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ଏଥିରେ ସରପଞ୍ଚ ଚିତ୍ତରଞ୍ଜନ ମଲିକ, ବିଜୟ ବଳ, ଅନନ୍ତ ଦାସ, ଶାରଦାପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଚାଷୀ ଭାଇ ସୁରୁଖୁରୁରେ ଧାନ ଦେଉଥିବା ପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.