କୁତ୍ରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କୁତ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନ ସାଧାରଣ ଙ୍କର ଅଭିଯୋଗ ଆଦି ର ଶୁଣାଣି କରିଥିଲେ।
ଆଜି ମୋଟ ୬୯ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨୭ ଗୋଟି ଗୋଷ୍ଠି ବା ସାମୁହିକ ଅଭିଯୋଗ ରହିଥିଲା। ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୭ ଗୋଟି ଆବେଦନ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସନ୍ କାର୍ଡ ସମସ୍ୟା, ଭତ୍ତା ଆଦି ପ୍ରମୁଖ ରହିଥିଲା।
ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ , ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.