ଚିଲିକା (ସେକ କୌସର ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।
Sign in
Sign in
Recover your password.
A password will be e-mailed to you.