ରାୟଗଡ ପୋୖରାଞ୍ଚଳରେ ଗଡ଼ିଲା 2 ଟି “ଜୟ ଜଗନ୍ନାଥ ଅର୍ପଣ ରଥ”

0

ରାୟଗଡା :-୮/୦୧-ଜୟ ଜଗନ୍ନାଥ ଧ୍ଵନୀ ସହ ଶଙ୍ଖ, ହୁଳହୁଳି, ସକିଂର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲା ପ୍ରକମ୍ପିତ ହେଲା ଶରଧା ଶ୍ରୀକ୍ଷେତ୍ର ର ଆଖ ପାଖ ଅଂଚଳ।
ଆଜି ରାୟଗଡ ପୋୖରାଞ୍ଚଳରେ ଶ୍ରୀମନ୍ଦିର ପରିକ୍ରମା ରଥ ର ଶୁଭାରମ୍ଭ ଶରଧା ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ପୂଜାର୍ଚନା ପରେ ପୌରପରିଷଦ ଅଧକ୍ଷ ମହେଶ ପଟନାୟକ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ,, ଜୟ ଜଗନ୍ନାଥ ଅର୍ପଣ ରଥ”ର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ରଥ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାହିରରେ ବୁଲିବା ସହ ସାହି ବାସିନ୍ଦାଙ୍କ ତରଫରୁ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଜୟ ଜଗନ୍ନାଥ ଅର୍ପଣ ରଥ ପହଂଚିବା ମାତ୍ରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି। ଲୋକ ମାନେ ପୂଜାର୍ଚନା ପୂର୍ବକ ଅର୍ପଣ ରଥକୁ କଳସରେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭ ମନାସିଛନ୍ତି l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ୩ ନମ୍ବର ୱାର୍ଡର କାଉନସିଲର ତଥା ପୌରପରିଷଦ ଉପାଧକ୍ଷା ଶୁଭ୍ରା ପଣ୍ଡା, ୧୬ନମ୍ବର ୱାର୍ଡର କାଉନସିଲର ଶର୍ମିଷ୍ଠା ପାଢ଼ୀ,୧୭ ନମ୍ବର ୱାର୍ଡର
କାଉନସିଲର ଏମ ଶ୍ରୀନିବାସ ରାଓଙ୍କ ସମେତ ସମସ୍ତ କାଉନସିଲର, ପୌରପରିଷଦ କର୍ମଚାରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ। ଏହି ଦୁଇଟି ଜୟ ଜଗନ୍ନାଥ ଅର୍ପଣ ରଥ ଆଜିଠାରୁ ପୋୖରାଞ୍ଚଳର ୨୬ ଟି ୱାର୍ଡର ପ୍ରତ୍ୟକ ଅଂଚଳ ବୁଲି ଭକ୍ତଙ୍କ ଦ୍ୱାରା ଅର୍ପଣ ଗୁଆ,ଅରୁଆ ଚାଉଳ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ପୌରପରିଷଦ ଅଧକ୍ଷ ମହେଶ ପଟନାୟକ।

Leave A Reply

Your email address will not be published.