ଭଟଲି ଠାରେ ବିଜେଡି ର ନୂଆବର୍ଷର ଭେଟ ଘାଟ ଓ ବିକାଶ ଯାତ୍ରା

0

ନବୀନ ପଟ୍ଟନାୟକଙ୍କ ଜୟ ଜୟକାର ନାରା ଦେଇ ହଜାର ହଜାର ସଂଖାରେ ପଦ ଯାତ୍ରାରେ ସାମିଲ୍ ହେଲେ ପୁରୁଷ ଓ ମହିଳା।

ବରଗଡ :- ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ର ଭଟଲି ଠାରେ ବିଜୁ ଜନତା ଦଳ ତରଫରୁ ନୂଆଁବର୍ଷ ଭେଟ୍ ଘାଟ୍ ଏବଂ ବିକାଶ ଯାତ୍ରା ମାନ୍ୟବର ବିଧାୟକ ସୁଶାନ୍ତ ସିଂହ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର କରି ବିରାଟ ପଦ ଯାତ୍ରାରେ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଜେଡ଼ି ଜିଲ୍ଲା ସଭାପତି ପ୍ରଭାସ ସିଂ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆଁନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଧନ ବରିହା, ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନ, ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକ, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ଓ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି କରନ୍ ସିକନ୍ଦର ସମେତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଂଚ, ସମିତି ତଥା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.