ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମାଟ୍ରିକ ବେଚର ବନ୍ଧୁମିଳନ ଆଜି ବାଲିପଦର ନିକଟସ୍ଥ ମା ଶାଙ୍କୁଳେଇ ପୀଠ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 15 ତମ ବାର୍ଷିକ ବନ୍ଧୁ ମିଳନ ରେ ପ୍ରାୟ 30 ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଷ ପରି ଏହି ମିଳନ ରେ ବହୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରଯାଇଥିଲା। ବିଭିନ୍ନ ବର୍ଗରେ ନିଜ ପେଟ ପାଟଣା ଲାଗି କର୍ମ କ୍ଷେତ୍ର ରୁ ଗୋଟାଏ ଦିନ ପାଇଁ ସମସ୍ତଙ୍କୁ ପାଖରେ ପାଇ ଭାବର ଆଦାନ ପ୍ରଦାନ କରିବା ଏହା ଏକ ମାତ୍ର ଲକ୍ଷ୍ୟ ଥିଲା। କିଛି ବନ୍ଧୁ ସାମାଜ ର ହିତ ସାଧନ ତଥା ସେବା ମୂଳକ କିଛି କାମ ହାତକୁ ନେବା ପାଇଁ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କ ସୁବିଧା, ଅସୁବିଧାରେ ଯୋଗଦାନ ସହ ଆବଶ୍ୟକ ମୁତାବକ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା.ରାମଚନ୍ଦ୍ର ପାଣିଗ୍ରାହୀଙ୍କୁ ପୁଣିଥରେ ସର୍ବସାମ୍ମତି କ୍ରମେ ସଭାପତି ଭାବେ ମନୋନୀତ କରା ଯାଇଥିଲା। ପ୍ରତି ବର୍ଷ ର ଏହି କାର୍ଯ୍ୟକ୍ରମ ରେ କୌଣସି କାରଣ ଯୋଗୁଁ ଅନୁପସ୍ଥିତି ରହୁଥିବା ବନ୍ଧୁ ଙ୍କୁ ସାମିଲ କରାଇବା ପାଇଁ ସମ୍ପାଦକ ସୁନୀଲ କୁମାର ପାଣିଗ୍ରାହୀ ଙ୍କୁ ଙ୍କୁ ଦାୟିତ୍ବ ପ୍ରଦାନ କରଯାଇଥିଲା। ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ ରେ ନିଜ ନିଜ ପରିବାର ର ସଦସ୍ୟ ଙ୍କୁ ସାମିଲ କରିବା ପାଇଁ ସଭ୍ୟ ମାନେ ପ୍ରସ୍ତାବ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପାଣିଗ୍ରାହୀ, ଜିତେନ୍ଦ୍ର ପ୍ରଧାନ, ଦୀପକ କୁମାର ପଣ୍ଡା, ସୁନୀଲ ପାଣିଗ୍ରାହୀ, ଉପେନ୍ଦ୍ର ସାହୁ, ରାଜେନ୍ଦ୍ର ସାହୁ, ବାଳକୃଷ୍ଣ ପାତ୍ର, ବିଭୁତି ପାତ୍ର, ଶ୍ରୀନିବାସ ପାତ୍ର, ମଣିରାଜ ପାତ୍ର, ସତ୍ୟ ନାରାୟଣ ପାଢ଼ୀ, ଜୟନ୍ତ ପଣ୍ଡା, ସଞ୍ଜୟ ଗୌଡ଼, ନାରାୟଣ ଗୌଡ଼,ରାଜ କୁମାର ସାମନ୍ତରାୟ, ପ୍ରଶାନ୍ତ ଡାକୁଆ, ପ୍ରଶାନ୍ତ ବେହେରା, ନିତ୍ୟାନନ୍ଦ ପାତ୍ର, ପ୍ରଭାସ ତ୍ରିପାଠୀ, ସମୀର ଦାସ ପ୍ରମୁଖ ଯୋଗଦାନ କରିଥିଲେ.
Sign in
Sign in
Recover your password.
A password will be e-mailed to you.
Prev Post