କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାମଚନ୍ଦ୍ରପୁର ଜୟହୀନ୍ଦି କ୍ରିକେଟ ଟିମ କୁ ହରାଇ ଶାଙ୍କିଲୋ ବ୍ଲାକ ଡ଼ାଇମନ କ୍ରିକେଟ ଟିମ ଚମ୍ପିୟାନ l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ମଲ୍ଲୀପୁର ଫାଇବଷ୍ଟାର ଖେଳ ପଡିଆରେ ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଖେଳରେ ମୁଖ୍ୟଅତିଥି ଭାବେ ଆନନ୍ଦ ସାନିଟାରୀ ମୁଖ୍ୟ ନିରୋଜ ନଳିନୀ ନାୟକ, ଓଲିମା କମ୍ପାନୀ ମୁଖ୍ୟ ବିଶ୍ୱଜିତ ନାୟକ, ସମାଜସେବୀ ଦିଲ୍ଲୀପ କୁମାର ଦାସ, ଶିକ୍ଷକ ଦେବାଶିଷ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପାଠ ପଢା ସହିତ ଦୈନିକ ଜୀବନରେ କ୍ରୀଡା କୁ ଆପଣେଇବା ଉଚିତ ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଖେଳ ପରିଚାଳକ ବିନୋଦ ଘୋଷ, ଜିତୁ ପରିଡା ଖେଳ ପରିଚାଳନା କରିଥିବା ବେଳେ ମୁଖ୍ୟ ଆୟୋଜକ ସତ୍ୟବ୍ରତ ପୃଷ୍ଟି, ଦିଲ୍ଲୀପ ଦାସ, ପ୍ରଭାକର ବେହେରା, ଶିବପ୍ରସାଦ ବେହେରା, ଲୋକନାଥ ସାହୁ, କିଶୋର କୁମାର ସାହୁ, କିଶୋର ଚନ୍ଦ୍ର ବେହେରା, ଅଶ୍ୱିନୀ କୁମାର ସେଠି, ଅଶୋକ କୁମାର ନାୟକ ଙ୍କ ସମେତ ମଲିପୁର ଅଂଚଳର ସମସ୍ତ କ୍ରୀଡା ପ୍ରେମୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ l ଏହି କ୍ରୀଡାରେ 8ଟି ଟିମ ଭାଗ ନେଇଥିଲା ବେଳେ ରାମଚନ୍ଦ୍ରପୁର ଜୟହୀନ୍ଦି କ୍ରିକେଟ ଟିମ ଏବଂ ଶାଙ୍କିଲୋ ବ୍ଲାକ ଡ଼ାଇମନ କ୍ରିକେଟ ଟିମ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ l ଫାଇନାଲ ମ୍ୟାଚରେ ରାମଚନ୍ଦ୍ରପୁର ଜୟହୀନ୍ଦି କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି 15 ଓଭର ରେ 92ରନ ସଂଗ୍ରହ କରିଥିଲା ଅପରପକ୍ଷରେ ଶାଙ୍କିଲୋ ବ୍ଲାକ ଡ଼ାଇମନ କ୍ରିକେଟ ଟିମ 12 ଓଭରରେ 93 ରନ କରି ବିଜୟ ଲାଭ କରିଥିଲା l ଶେଷରେ ଅତିଥି ମାନଙ୍କ ଦ୍ୱାରା ରନର୍ସଅପ ଏବଂ ଚମ୍ପିୟାନ ଟିମ କୁ ଅତିଥିମାନେ ଟ୍ରଫି ଏବଂ କ୍ୟାସ ପ୍ରାଇଜ ପ୍ରଦାନ କରିଥିଲେ l

Leave A Reply

Your email address will not be published.