ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ବରିଷ୍ଠ ଛାତ୍ର ମାନଙ୍କ ଦ୍ଵାରା ଦୁଇଘଣ୍ଟିଆ ପ୍ରଜ୍ଞା ଯୋଗ ଶିବିର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ବରିଷ୍ଠ ଛାତ୍ର ମାନଙ୍କ ଦ୍ଵାରା ଦୁଇଘଣ୍ଟିଆ ପ୍ରଜ୍ଞା ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।
ଅଖିଳ ବିଶ୍ଵ ଗାୟତ୍ରୀ ପରିବାର , ପାରଳାଖେମୁଣ୍ଡି ଶାଖାର ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଗନ୍ତାୟତଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହରିଦ୍ଵାରରୁ ଆସିଥିବା ଯୋଗ ସାଧକ ଶ୍ରୀ ଧନଞ୍ଜୟ କୁମାର , ଶ୍ରୀ କହ୍ନଏୟଆ ଲାଲ ଦେବାଙ୍ଗନ ଓ ଶ୍ରୀ ଆଦିତ୍ୟ ରଂଜନ ବିଭିନ୍ନ ଯୋଗର ଶିକ୍ଷା ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ଜୀବନଶୈଳୀ , ଫାଷ୍ଟ୍ ଫୁଡ୍ ଏବଂ ମାଦକ ଦ୍ରବ୍ୟରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀମନ୍ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ତତ୍ବାବଧାନରେ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Leave A Reply

Your email address will not be published.