ଭାଇଚାରା ର ନିଦର୍ଶନ , ମୁସଲିମ ଯୁବକ ର ଜନ୍ମଦିନ ପାଳିଲେ ହିନ୍ଦୁ ଯୁବକ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଭାଇଚାରା ର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ବାପା ଛେଉଣ୍ଡ ମୁସଲିମ ଯୁବକ ର ଜନ୍ମ ଦିନରେ ହିନ୍ଦୁ ଯୁବକ ମାନେ କେକ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଛନ୍ତି। ଯାହାକି ସମାଜ କୁ ଏକ ଭିନ୍ନ ବାର୍ତ୍ତା ପ୍ରେରଣ କରିଛି। ଡାବୁଗାଁ ସଦର ହାଇସ୍କୁଲ ରୋଡ ରେ ରହୁଥିବା ମହମ୍ମଦ କେଫ (୧୯) ଜନ୍ମରୁ ଭିନ୍ନକ୍ଷମ ଅଟେ।୬ ବର୍ଷ ତଳେ ବାପା ଲାଲ ମହମ୍ମଦ ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଏକ କପଡା ଦୋକାନ ଦେଇ ପରିବାର ପୋଷଣ କରୁଛନ୍ତି। ମହମ୍ମଦ କେଫ୍ ସହ ଦୁଇ ଭଉଣି ଓ ଏକ ଭାଇ ରହିଛି। ତେବେ ବାପା ଛେଉଣ୍ଡ ମହମ୍ମଦ କେଫ ଭିନ୍ନକ୍ଷମ ହେଲେ ସୁଦ୍ଧା ଡାବୁଗାଁ ମୁଖ୍ୟ ଛକ ର ସମସ୍ତ ବ୍ୟେବସାୟୀ ତଥା ଗ୍ରାମ ର ଅଧିକାଂଶ ଲୋକଙ୍କ ସହ ଉତ୍ତମ ବ୍ୟବହାର ଯୋଗୁ ସମସ୍ତେ ପ୍ରାୟ ଭଲ ପାଆନ୍ତି। ଗତକାଲି ମହମ୍ମଦ କେଫ ର ଜନ୍ମ ବାର୍ଷିକ ରହିଥିଲା। ତେବେ ବାପା ର ମୃତ୍ୟୁ ପରେ ମହମ୍ମଦ କେଫ ଜନ୍ମ ଦିନ ପାଳନ କରୁ ନ ଥିବା ବେଳେ ଗ୍ରାମ ର ହିନ୍ଦୁ ଯୁବକ ମାନେ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଲୁନ ସଜାଇବା ସହ କେକ୍ କାଟି ମହମ୍ମଦ କେଫ୍ ର ଜନ୍ମ ଦିନ ପାଳନ କରିଥିଲେ। ରାସ୍ତା ରେ ଯାତାୟାତ କରୁଥିବା ପଥଚାରୀ ମିଷ୍ଟାନ୍ନ ବଣ୍ଟନ କରିବା ସହ ଖୁସି ମନାଇଥିଲେ।ବିକଳାଙ୍ଗ ମୁସଲିମ ଯୁବକ ମହମ୍ମଦ କେଫ ଏଭଳି ଅପ୍ରତ୍ୟାୟିଷ ଚର୍ଚ୍ଚା ରେ ଖୁସିରେ ବିଭୋର ହେବା ସହ ବେଲୁନ ହାତରେ ଧରି ରାସ୍ତା ଉପରେ ନାଚୁଥିବା ଦେଖା ଯାଇଥିଲା। ମହମ୍ମଦ କେଫ ସହ ହିନ୍ଦୁ ଯୁବକ ମାନେ ମଧ୍ୟ ଖୁସିରେ ନାଚିବା ପରିବେଶକୁ ଉଷ୍ମ କରିଥିଲା।ଆଜିକାଲି ବିଭିନ୍ନ ସ୍ଥାନରେ ଧର୍ମ କୁ ନେଇ ହିଂସା କାଣ୍ଡ ଘଟୁଥିବା ବେଳେ ଡାବୁଗାଁ ରେ ହିନ୍ଦୁ ଓ ମୁସଲିମ ଯୁବକ ମଧ୍ୟରେ ହୋଇଥିବା ଏହି ଭାଇଚାରା ସମାଜ କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେବା ସହ ଏକ ଉଦାହରଣ ହୋଇ ରହିବ ବୋଲି ବୁଦ୍ଧି ଯିବି ମହୋଲାରେ ଚର୍ଚ୍ଚା ହୋଇଛି।

Leave A Reply

Your email address will not be published.