ବାଲୁଗାଁ (ସେକ କୌସର ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ, ନାଚୁଣୀ ସରପଞ୍ଚ ଶ୍ରୀମତୀ ପଲେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ସାଂସଦ ମାନସ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତି କ୍ରୀଡାବିତ୍ ମାନଙ୍କୁ ଅର୍ଥ ରାଶି ସହ ମେଡାଲ ପ୍ରଦାନ କରି ଉତ୍ସହିତ କରିଛନ୍ତି। ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଏକ ବଡ଼ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ଫଳରେ ଗାଁ ର ବିକଶିତ ଚେହେରା ଲୋକ ଲୋଚନକୁ ଆସି ପାରିବ ବୋଲି ସାଂସଦ ମତ ବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.