ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୁଆଲି ଠାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆରମ୍ଭ : ୫୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଉପକୃତ ହେବେ

0 2

ଯୋଡା/ବଡ଼ବିଲ (ଶାସକ ପ୍ରଶାସକ) ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ କେନ୍ଦୁଝର ଜିଲ୍ଲା ଗୁଆଲି ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଉତ୍ସର୍ଗୀକୃତ କରାଯାଇଛି। ଗୁଆଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡବିଲ ତହସିଲଦାର ଡି ଏସ୍ ଶୁଭଦର୍ଶି ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ, ଟାଟା ଷ୍ଟିଲ କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ଗୁଆଲି ସରପଞ୍ଚ ବିଦ୍ୟାଧର ନାଏକ, ସମାଜ ସେବୀ କୁଶ ଆପଟଙ୍କ ସହ ପତକା ଦେଖାଇ ଏହି ଆମ୍ବୁଲାନ୍ସ ସେବା କୁ ଉଦଘାଟନ କରିଥିଲେ I

ଏହି ବର୍ଣ୍ଣାଢ୍ୟ ପରିବେଶ ରେ ଟାଟା ଷ୍ଟିଲର ଶୁଭ୍ରାଂଶୁ ଶେଖର ମିଶ୍ର, କୁନ୍ଦନ କୁମାର, ସଂଜୟ ସର୍ଦାର, ପୂର୍ବତନ ସରପଞ୍ଚ ଡବର ମୁଣ୍ଡା, ପଞ୍ଚାୟତ ସମିତି ସଦସ୍ୟ ବିମଳା ନାଏକ, ସମସ୍ତ ୱାର୍ଡ ର ସଦସ୍ୟବୃନ୍ଦ, ଟାଟା ଷ୍ଟିଲ ଫାଉଣ୍ଡେସନ ର ଅଧିକାରୀ ମାନଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ I

ଆଡଭାନ୍ସଡ ଏଆରୱେ, କାର୍ଡିଆକ ମନିଟର, ଆଇ ଭି ଫ୍ଲୁଇଡ଼ ଏବଂ ମେଡିକେସନ ଭଳି ସୁବିଧା ଥିବା ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ନିକଟବର୍ତ୍ତୀ କେନ୍ଦୁଡିହି, ପାଣ୍ଡୁଲିପୋଷି, ନୂଆଗାଁ, ଗନ୍ଧଲପଡା, ବରପଦା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଙ୍କୁ ଚବିଶ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ପାରିବ।

Leave A Reply

Your email address will not be published.