ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର

0 2

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ଜୁନିଅର ରେଡକ୍ରସ ଶିବିର ଗାଇସିଲେଟ ନୋଡାଲ ହାଇସ୍କୁଲ ଠାରେ ଆରମ୍ଭ ହୋଇଛି। ଏହି ଶିବିରକୁ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ କୁମାର ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି, ଗାଇସିଲେଟ ବିଇଓ ରାମଲାଲ ବରିହା,ରାଜବୋଡାସମ୍ବର ବିଇଓ ଲୋକନାଥ ଭୋଇ, ପାଇକମାଳ ବିଇଓ ଚୂଡ଼ାମଣି ବାରିକ,ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ମହେନ୍ଦ୍ର ଆଚାର୍ଯ୍ୟ, ଗାଇସିଲେଟ ସରପଞ୍ଚ ଶରତ କାଲୋ ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ଉପସ୍ଥିତ ରହି ଜୁନିଅର ରେଡକ୍ରସ ବିଷୟରେ ଆଲୋକପାତ କରିଥିଲେ। ପରବର୍ତ୍ତୀ ଅଧିବେଶନ ରେ କାଉନସିଲର ଧର୍ମରାଜ ପ୍ରଧାନ ଓ ମନୋଜ କୁମାର ସାହୁ ରେଡକ୍ରସ ର ଇତିହାସ ସମ୍ବନ୍ଧିତ ସମ୍ୟକ୍ ସୂଚନା ଜୁନିଅର ମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଦଳଗତ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀକ୍ଷେତ୍ର ସୁନ୍ଦର, ସୁଦର୍ଶନ ବାରିକ, କୃଷ୍ଣଚନ୍ଦ୍ର ସାହୁ ବିଚାରକ ଦାୟିତ୍ଵ ତୁଲାଇଥିଲେ। ଏହି ଶିବିରକୁ ଜିଲ୍ଲାର ବାରଟି ବ୍ଳକର ୧୬୮ ଜଣ ଜୁନିଅର, ୨୪ ଜଣ କାଉନସିଲର,୪ ଜଣ ସାଧନ କର୍ମୀ ଓ ୨ ଜିଲ୍ଲା ରେଡକ୍ରସ ଅଧିକାରୀ ଯୋଗଦାନ କରିଛନ୍ତି। କାଉନସିଲର ନବୀନ ଚନ୍ଦ୍ର ବରିହା ସ‌ଂଯୋଜନାରେ ଅନୁଷ୍ଠିତ ପ୍ରଥମ ଦିନ କାର୍ଯ୍ୟକ୍ରମରେ ଆୟୋଜକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।

Leave A Reply

Your email address will not be published.