ବଲାଙ୍ଗିର ୦୫ /୦୧ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ବଲାଙ୍ଗିର ଜିଲ୍ଲା ରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯକ୍ରମ କରାଯିବ । ଏହି ସମୟ ମଧ୍ୟରେ ଜିଲ୍ଲାର ୧୪ ଲକ୍ଷ ୫୫ ହଜାର ୭୫ ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ । ଏଥି ସକାଶେ ୪୧୧୨ ଜଣ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ଏବଂ ୪୧୧ ଜଣ ସୁପରଭାଇଜର ଙ୍କୁ ନିୟୋଜିତ କରାଯାଇଛି । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ । ଗର୍ଭବତୀ ମହିଳା ,୨ ବର୍ଷରୁ କମ ବଯସର ଶିଶୁ ଓ ଗୁରୁତର ରୋଗୀ ଙ୍କୁ ଏହି ବଟିକା ଦିଆଯିବାନାହିଁ । ଡି॰ ଇ॰ ସି ବଟିକା ଓ କୃମିନାଶକ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ପରିବାର ର ସଦସ୍ୟ ସଦସ୍ୟା ମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ । ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟ ମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ ଆରୋଗ୍ୟ ଲାଭ କରନ୍ତି ଏବଂ ଏହି ଔଷଧ ସମ୍ପୂର୍ଣ ନିରାପଦ ଅଟେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ ,ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ ,ବ୍ଲକ ସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ । ସଚେତନତା ନିମନ୍ତେ ଏ ସମ୍ପର୍କିତ ଲିଫଳେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶିକ୍ଷା,ସୂଚନା,ଯୋଗାଯୋଗ ଉପଯୋଗ କରି ପ୍ରଦର୍ଶିତ ଭିଡିଓ ବାର୍ତ୍ତା କରି ସଚେତନ କରିବାକୁ ନିର୍ଦେଶ ଦେଇଥିଲେ । ଲୋକଙ୍କ ଫିଡବ୍ୟାକ ସହ ଜିଲ୍ଲାର ସମସ୍ତ ମେଡ଼ିକାଲର ପଞ୍ଜୀକରଣ ଡ଼େସ୍କ ରେ ଏହି ମେଡିସିନ ଖାଇବାକୁ ସଚେତନ କରେଇବାକୁ କହିଥିଲେ । ସହରାଞ୍ଚଳରେ ଏହାର ପ୍ରଚାର ପ୍ରସାର ଅଧିକ ହେବା ସହ ଯେପରି କେହି ଏହି ଔଷଧ ଖାଇବାକୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦାୟିତ୍ଵବାନ ହେବାକୁ କହିଥିଲେ । ଆଜିର ଏହି ସମ୍ମିଳନୀ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦିବ୍ୟ କିଶୋର ପତି , ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସୁଦ୍ଧା ବାର୍ଳା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ , ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ,ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁ , ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜାଳୀ ମିଶ୍ର , ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ କୁଜୂର , ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର , ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, ଡିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନୀଳାବତୀ ନାଗ , ପ୍ରମୁଖ ଉପାସ୍ତିତ ଥିଲେ ।
Sign in
Sign in
Recover your password.
A password will be e-mailed to you.