ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

0

କୁଚିଣ୍ଡା,ଜମନକିରା ୫/୧:ସମ୍ବଲପୁର ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ,କୁଚିଣ୍ଡା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ମହା ସମାରୋହରେ ଉଦଘାଟିତ ହୋଇ ଯାଇଛି । ଦ୍ଵିଦିବସୀୟ ଏହି ଉତ୍ସବକୁ ସମାଜସେବି ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିବା ସହ ଶାରୀରିକ ର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ସ୍କୁଲ କମିଟି ର ସଭାପତି ନରେନ୍ଦ୍ର ବାଘ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ଚକ୍ର ଧର ମାଝୀ ପୌରହିତ୍ୟ କରି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ଥିଲେ ।ମୁଖ୍ୟ ଅତିଥି ଶ୍ରୀ ନାୟକ କ୍ରୀଡା ପତାକା ଉତ୍ତୋଳନ ସହ ଛାତ୍ର,ଛାତ୍ରୀଙ୍କ ଅଭିବାଦନ କୁ ଗ୍ରହଣ କରିଥିଲେ ।ଛାତ୍ର ,ଛାତ୍ରୀ ମଶାଲ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍କୁଲ ପଡିଆକୁ ଆସିଥିଲେ ।ଏହା ପରେ ଦୌଡ଼ ପ୍ରତିଯୋଗିତା ,ଲମ୍ବଡିଆଁ ,ଉଚ୍ଚ ଡିଆଁ ,ଜବ୍ଲି ନ ଥ୍ରୋ, ଫୁଟବଲ୍, ଭଲିବଲ୍ ଆଦି ଖେଳ ର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେ ଷଷ୍ଠ ଶ୍ରେଣୀରେ ଦଶମ ଶ୍ରେଣୀର ଛାତ୍ରି ଗଣ ଅଙ୍କିତା,ଖିରଦ୍ରି, ଦିପାଲି,ତେଜ ସ୍ଵିନି ଓ ସୁଷମା ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କ୍ରୀଡା ସପକ୍ଷରେ ମଧ୍ୟ ଏକ ଚିତ୍ତ କର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ଷପା ଓ ଅଧ୍ୟାପିକା ଗଣ ପ୍ରତିଯୋଗିତା ପରିଚାଳନା କରିଥିଲେ ।ଶେଷରେ ଅଧ୍ୟାପକ ସରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.